‘ହ୍ୱାଇଟ ହାଉସ୍’ ଭଳି ଟ୍ରମ୍ପଙ୍କ ବିମାନ । ଆମେରିକା ରାଷ୍ଟ୍ରପତିଙ୍କ ଏହି ସ୍ୱତନ୍ତ୍ର ବିମାନରେ ରହିଛି ଅତ୍ୟାଧୁନିକ ସୁବିଧା । ପବନରେ ଇନ୍ଧନ ଭରିବା ସହ ଯୁଦ୍ଧାସ୍ତ୍ରରେ ଖଚିତ ଡେଣା

1,230

କନକ ବ୍ୟୁରୋ: ଭାରତରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଗସ୍ତରେ ଭାରତ ଆସିଥିବା ଡୋନାଲ୍ଡ ଟ୍ରମ୍ପ ସପରିବାରଙ୍କ ସହ ସ୍ୱତନ୍ତ୍ର ବିମାନ ଯୋଗେ ଗୁଜୁରାଟ ଅହମ୍ମଦାବାଦରେ ପହଂଚିସାରିଛନ୍ତି । ତେବେ ବିମାନବନ୍ଦରରେ କରମର୍ଦ୍ଦନ କରିବା ସହ ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ବିଶାଳ ରୋଡ ସୋ କରି ବିମାନବନ୍ଦରରୁ ସାବରମତି ଆଶ୍ରମରେ ପହଂଚି ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ତେବେ ଇତି ମଧ୍ୟରେ ଆକଷର୍ଣର କେନ୍ଦ୍ରବିନ୍ଦୁ ପାଲଟିଛି ଟ୍ରମ୍ପଙ୍କ ସ୍ୱତନ୍ତ୍ର ବିମାନ । ଯାହାକୁ ଆମେରିକାର ହ୍ୱାଇଟ୍ ହାଉସର ଆଖ୍ୟା ଦିଆଯାଇଥିବା ବେଳେ ବିମାନର ନାଁ ରଖାଯାଇଛି ଏୟାରଫୋର୍ସ ୱାନ୍ । ଆଉ ଟ୍ରମ୍ପଙ୍କ ଏହି ଖାସ୍ ବିମାନଟି ଏତେ ଅତ୍ୟାଧୁନିକ କି ଏହାକୁ ପକ୍ଷୀଟିଏ ବି ଛୁଇଁ ପାରିବ ନାହିଁ । ତେବେ ନଜର ପକାନ୍ତୁ ଟ୍ରମ୍ପଙ୍କ ଏହି ସ୍ୱତନ୍ତ୍ର ବିମାନରେ କି କି ସୁବିଧା ଉପଲବ୍ଧ..

• ଏୟାରଫୋର୍ସ ୱାନର ରକ୍ଷଣାବେକ୍ଷଣା ଦାୟିତ୍ୱ ଥାଆନ୍ତି ପ୍ରେସିଡେନ୍ସିଆଲ ଏୟାରଫୋର୍ସ ଗ୍ରୁପ । ଯାହାକୁ ହ୍ୱାଇଟ୍ ହାଉସ ମିଲିଟାରୀ ଅଫିସର ଏକ ଅଂଶ ବୋଲି କହିପାରିବା । ୧୯୪୪ରେ ଏୟାରଲିଫ୍ଟ ଗ୍ରୁପକୁ ପ୍ରେସିଡେନ୍ସିଆଲ ପାଇଲଟ ଅଫିସ ରୂପେ ତତକାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ ଡି ରୁଜୱେଲ୍ଟଙ୍କ ନିର୍ଦ୍ଦେଶରେ ସ୍ଥାପନା କରାଯାଇଥିଲା ।

• ତେବେ ଏହି ବିମାନର ସ୍ୱତନ୍ତ୍ରତା ଏଥିରେ ଲେଖାଯାଇଥିବା ୟୁନାଇଟେଡ ଷ୍ଟେଟ୍ ଅଫ ଆମେରିକା ସହିତ ଆମେରିକୀ ରାଷ୍ଟ୍ରଧ୍ୱଜା ଏବଂ ରାଷ୍ଟ୍ରପତିଙ୍କ ସିଲଙ୍କ ଫଟୋ । ସେହିଭଳି ଟ୍ରମ୍ପଙ୍କ ବିମାନର ଏକ ବଡ ଖାସିୟତ ହେଲା, ଏହା ସାଧାରଣ ବିମାନମାନଙ୍କ ତୁଳନାରେ ପୂରା ଅଲଗା ଆଉ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବିମାନ ପବନରେ ବି ଇନ୍ଧନ ଭରିବାର କ୍ଷମତା ରହିଛି ।

• ଏୟାରଫୋର୍ସ ୱାନ ଘାତକ ଲେଜର ଏବଂ ମିସାଇଲ ଯୁକ୍ତ । ଯଦି କୌଣସି ଶତ୍ରୁ ଆକ୍ରମଣ କରିଦିଅନ୍ତି ତେବେ ବିମାନରୁ ହିଁ ଶତ୍ରୁକୁ ପ୍ରତିଜବାବ ଦେଇହେବ । ଯଦି କୌଣସି ଶତ୍ରୁ କୌଣସି ପ୍ରକାରର ମିସାଇଲକୁ ଚକମା ଦିଅନ୍ତି ତେବେ ବିମାନର ୱିଂରେ ଲୁଚିଥିବା ମେସିନଗନରେ ପାଇଲଟ ଗୁଳିବର୍ଷା କରିପାରିବେ ।

• ତେବେ ଅତ୍ୟାଧୁନିକ ସୁବିଧାଯୁକ୍ତ ଟ୍ରମ୍ପଙ୍କ ଏହି ସ୍ୱତନ୍ତ୍ର ବିମାନଟି ୭୦ ମିଟର ଲମ୍ବ ବିଶିଷ୍ଟ ହୋଇଥିବା ବେଳେ ବିମାନ ଭିତରେ ୪ ହଜାର ବର୍ଗଫୁଟର ଜାଗା ରହିଛି । ଏଥିସହିତ ହିଁ ଏୟାରଫୋର୍ସ ୱାନର ୯୬୫ କିଲୋମିଟର ପ୍ରତି ଘଂଟା ବେଗରେ ଉଡାଣ ଭରିବାର କ୍ଷମତା ମଧ୍ୟ ରହିଛି । ସେହିଭଳି ଯଦି କୌଣସି ଜରୁରୀକାଳୀନ ପରିସ୍ଥିତିରେ ଉପୁଜେ ତେବେ ବିମାନରେ ଥିବା ସ୍ୱତନ୍ତ୍ର କ୍ୟାପସୁଲ ସହାୟତାରେ ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ବାହାରକୁ ନିଆଯାଇପାରିବ ।