ଜିଓକୁ ମାତ୍ ଦେବାକୁ ଏୟାରସେଲର ଧମାକାଦାର ଅଫର୍ ! ପ୍ରତିଦିନ ୨ଜିବି ଡାଟା ସହ ମିଳିବ ଅସୀମିତ ଭଏସ୍ କଲ୍

62

କନକ ବ୍ୟୁରୋ : ଟକ୍କର ପାଇଁ ଅଫର୍ । ରିଲାଏନ୍ସ କିଓର ପତ୍ତା କାଟିବାକୁ ଏୟାରସେଲ୍ ଆଣିଲା ଦମଦାର୍ ପ୍ଲାନ୍ । ଜିଓର ୩୯୯ ପ୍ଲାନକୁ ଜବରଦସ୍ତ ଟକ୍କର ଦେବ ଏୟାରସେଲର ଏହି ମନଲୋଭା ଅଫର୍ । ଏୟାରସେଲର ଏହି ନୂଆ ପ୍ଲାନ୍ ଅନୁଯାୟୀ ଗ୍ରାହକ ୮୪ ଦିନ ବୈଧତା ସହ ପ୍ରତିଦିନ ପାଇପାରିବେ ୨ ଜିବି ଡାଟା  ।

ଜିଓର ପ୍ଲାନରେ ୮୪ଦିନ ବୈଧତା ସହ ପ୍ରତିଦିନ ୧ଜିବି ଡ଼ାଟା ମିଳୁଛି । ମାତ୍ର ଏୟାରସେଲର ପ୍ଲାନରେ ୧ଜିବି ଅଧିକ ଡ଼ାଟା ମିଳିବ । ଫଳରେ ଏହି ଟେଲିକମ୍ ୱାର୍ ଏବେ ଜୋରଦାର ହେବାର ଅନୁମାନ କରାଯାଉଛି  ।

ତେବେ ଏହି ନୂଆ ଅଫର୍ ପାଇଁ ପକ୍ଷିଣ-ପୂର୍ବ ଭାରତରେ ୪୧୯ଟଙ୍କା ଦେବାକୁ ପଡ଼ିବା ବେଳେ ଜାମ୍ମୁ-କାଶ୍ମୀରବାସୀଙ୍କୁ ଏଥିନେଇ ୪୪୯ଟଙ୍କା ଦେବାକୁ ପଡ଼ିବ । ଏହା ସହ ଜାମ୍ମୁ-କାଶ୍ମୀର ପାଇଁ କମ୍ପାନୀ ୨୨୯ ଟଙ୍କିଆ ପ୍ଲାନ ମଧ୍ୟ ଆଣିଛି । ତେବେ ଦକ୍ଷିଣ-ପୂର୍ବରେ ଜାରି କରାଯାଇଥିବା ପ୍ଲାନରେ ୮୪ଦିନ ଭାଲିଡ଼ିଟି ସହ ୧୬୮ଜିବି ଡ଼ାଟା ମିଳିବ । ଏହା ସହ ୨ଜିବି ଲିମିଟ ସହ ଅନଲିମିଟେଡ଼ କଲିଂର ସୁବିଧା ମଧ୍ୟ ମିଳିବ । ଏହି ସୁବିଧା ଉଭୟ ୩ଜି ଏବଂ ୨ଜି ଉପଭୋକ୍ତା ବ୍ୟବହାର କରିପାରିବେ ।