ମାତ୍ର ୯୯ ଟଙ୍କା ବେସ ପ୍ରାଇସରେ ବିମାନ ଯାତ୍ରା ! ଏୟାର ଏସିଆ ଇଣ୍ଡିଆର ଜବରଦସ୍ତ ଅଫର, ଆଜିଠୁ ଆରମ୍ଭ ହେଉଛି ବୁକିଂ

72

ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର । ଶସ୍ତାରେ ବିମାନ ଯାତ୍ରାର ସୁବିଧା ଦେଉଥିବା ଏୟାର ଏସିଆ ଇଣ୍ଡିଆ କମ୍ପାନି ଯାତ୍ରୀଙ୍କ ପାଇଁ ରବିବାର ଏକ ଜବରଦସ୍ତ ଅଫର ଘୋଷଣା କରିଛି । ମାତ୍ର ୯୯ ଟଙ୍କାର ବେସ ପ୍ରାଇସରେ ଦେଶ ଭିତରେ ଏୟାର ଏସିଆ ବିମାନ ଯଉଥିବା ଅଞ୍ଚଳକୁ ଯାତ୍ରା କରିପାରିବେ । ସେହିଭଳି ୪୪୪ ଟଙ୍କାରେ ଆର୍ନ୍ତଜାତୀୟ ରୁଟରେ ମଧ୍ୟ ଯାତ୍ରା କରିପାରିବେ । ଯାତ୍ରୀ ଏହି ଅଫରର ଫାଇଦା କେବଳ ଥରେ ମାତ୍ର ଉଠାଇପାରିେବେ । କମ୍ପାନିର ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ।

3airasia-a320କମ୍ପାନି ଜାରି କରିଥିବା ଏକ ଘୋଷଣାରେ କୁହାଯାଇଛି ଯେ, ୯୯ ଟଙ୍କାରେ ଦେଶ ଭିତରେ ଓ ୪୪୪ ଟଙ୍କାର ବେସ ପ୍ରାଇସରେ ବିଦେଶକୁ ଯାତ୍ରା କରିପାରିବେ । ଏୟାର ଲାଇନ୍ସର ସୂଚନା ଅନୁଯାୟୀ, ଏହି ଅଫର ୧୨ ନଭେମ୍ବର ରାତି ୯.୩୦ରେ ଆରମ୍ଭ ହେବାକୁ ଯାଉଛି । ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଏହି ଅଫର ମାଧ୍ୟମରେ ଯାତ୍ରୀ ଟିକଟ ବୁକ୍ କରିପାରିବେ ବୋଲି କମ୍ପାନି ସ୍ପଷ୍ଟ କରିଛି । କେବଳ ଏୟାର ଏସିଆର ୱେବସାଇଟ ଓ ଆପ ମାଧ୍ୟମରେ ଟିକଟ ବୁକିଂ ହୋଇପାରିବ ।

ଏହି ଅଫରର ସୁବିଧା ଯାତ୍ରୀ ଆଗାମୀ ବର୍ଷରେ ପାଇବେ ବୋଲି କମ୍ପାନି ତରଫରୁ କୁହାଯାଇଛି । ୨୦୧୮ ମେ ମାସରୁ ୨୦୧୯ ଜାନୁଆରୀ ଭିତରେ ଯାତ୍ରୀମାନେ ଏୟାର ଏସିଆ ବିମାନରେ ଯାତ୍ରା କରି ପାରିବେ । କମ୍ପାନିର ଏହି ରିହାତି ଅଫରରେ ବାଙ୍ଗାଲୋର, କୋଚି, ହାଇଦରାବାଦ, ରାଞ୍ଚି, ଭୁବନେଶ୍ୱର, ନୂଆଦିଲ୍ଲୀ, ଗୋଆ ଭଳି ସ୍ଥାନକୁ ୯୯ ଟଙ୍କାରେ ଯାତ୍ରା କରିପାରିବେ । ସେହିଭଳି ଇଣ୍ଟରନ୍ୟାସନାଲ ରୁଟରେ କୋଚି, ତିରୁଚିରାପଲ୍ଲୀ, ଦିଲ୍ଲୀ, ଭୁବନେଶ୍ୱର, ଜୟପୁରରୁ କ୍ୱାଲାଲମପୁରକୁ ୪୪୪ ଟଙ୍କାର ବେସ ପ୍ରାଇସରେ ଯାତ୍ରା କରିପାରିବେ ।ଏହି ଅଫରରେ ମୁମ୍ବାଇ ଓ କୋଲକାତାରୁ ବାଲିକୁ ଏବଂ ଜୟପୁର, କୋଲକାତା,କୋଚି, ଚେନ୍ନାଇ ବାଙ୍ଗାଲୋରରୁ ବ୍ୟାଙ୍କକକୁ ମାତ୍ର ୪୪୪ ଟଙ୍କା ବେସ ପ୍ରାଇସରେ ଯାତ୍ରା କରିପାରିବେ ।