ଏବେ ଟାକ୍ସି ଠାରୁ ମଧ୍ୟ କମ୍ ଭଡ଼ାରେ କରିପାରିବେ ବିମାନ ଯାତ୍ରା ! ରିଜର୍ଭେସନ କରିବା ପୂର୍ବରୁ ପ୍ରଥମେ ଦେଖିନିଅନ୍ତୁ ଏହି ସ୍ୱତନ୍ତ୍ର ଅଫର

55

ଏୟାର ଏସିଆ ଅନେକ ନୂଆ ରୁଟରେ ଚଳାଇବ ବିମାନ । ଏଥିପାଇଁ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଦେଇଛି ଏୟାର ଏସିଆ । ତେବେ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯାତ୍ରୀଙ୍କୁ ଏଥିପାଇଁ କମ୍ ଭଡ଼ା ଦେବାକୁ ପଡ଼ିବ । ଏୟାର ଏସିଆ କେବଳ ୧୬୯୯ ଟଙ୍କାରେ ଯାତ୍ରା କରିବାର ସୁଯୋଗ ଦେଉଛି । ଏହି ଅଫର ଅନୁସାରେ ବୁକିଂ ୧୫ ଏପ୍ରିଲ ମଧ୍ୟରେ ହେବା ଦରକାର । କମ୍ପାନୀ ନିଜର ଅଫିସିଆଲ ୱେବସାଇଟରେ ସୂଚନା ଦେଇଛି ଫ୍ଲାଇଟ୍ ଗୁଡ଼ିକ ୧୧ ମେରୁ ଯାତ୍ରା ଆରମ୍ଭ କରିବେ । ଏହି ଯୋଜନା ୩୦ ମେ ପର୍ଯ୍ୟନ୍ତ ଲାଗୁ ରହିବ । ଏହାର ଅର୍ଥ ଆପଣଙ୍କୁ ୧୧ ମେ ରୁ ୩୦ ମେ ମଧ୍ୟରେ ଯାତ୍ରା କରିବା ପାଇଁ ପଡ଼ିବ । ଏହି ଫ୍ଲାଇଟ୍ କୋଲକାତାରୁ ଗୁଆହାଟୀ, ବିଶାଖାପାଟଣା, ପୁଣେ ପାଇଁ ଉପଲବ୍ଧ । କୋଲକାତା ଓ ପୁଣେ ମଧ୍ୟରେ ଯାତ୍ରା ପାଇଁ ଯାତ୍ରୀଙ୍କୁ ମାତ୍ର ୩୪୯୯ ଟଙ୍କା ଦେବାକୁ ପଡ଼ିବ । ତେବେ ଏହି ଫ୍ଲାଇଟ୍ ଗୁଡ଼ିକରେ ଯାତ୍ରା ପାଇଁ କେବଳ ଅନଲାଇନ୍ ହିଁ ବୁକିଂ ହୋଇପାରିବ ।

Woman gives birth on flight

ଏଥିରେ ସିଟ୍ ସଂଖ୍ୟା ମଧ୍ୟ ସୀମିତ ରହିଛି । ଟିକେଟ୍ ମୂଲ୍ୟରେ ଏୟାରପୋର୍ଟ ଟାକ୍ସ ମଧ୍ୟ ସାମିଲ ଅଛି । କୋଲକାତାରୁ ଗୁଆହାଟୀ ପର୍ଯ୍ୟନ୍ତ ଟ୍ରେନ ଭଡ଼ା ପାଖାପାଖି ୧୨୦୦ ଟଙ୍କା । ଏହା ବ୍ୟତୀତ ଟାକ୍ସି କରି ରାସ୍ତାରେ ଗଲେ ଏଥିପାଇଁ ୨୫୦୦ ଟଙ୍କା ଖର୍ଚ୍ଚ ହେବ । ତେବେ ଏସବୁ ପରିବର୍ତ୍ତେ ଆପଣ ଫ୍ଲାଇଟରେ ଯାତ୍ରା କଲେ ଆପଣଙ୍କୁ ଦେବାକୁ ପଡ଼ିବ ମାତ୍ର ୧୬୯୯ ଟଙ୍କା । କମ୍ପାନୀ ହେଲୋ ସମର ଅଫର ଅନୁସାରେ ୨,୯୯୯ ଟଙ୍କାରେ ବିମାନ ଯାତ୍ରାର ଅଫର ଦେଇଛି । ଆପଣ କୁଆଲାଲମପୁର, ବ୍ୟାଙ୍କକ୍, ବାଲି, ସିଙ୍ଗାପୁର, ଓକଲାଣ୍ଡ, ମେଲବର୍ଣ୍ଣ ଆଦି ରୁଟରେ ଶସ୍ତାରେ ବୁକିଂ କରିପାରିବେ । ତେବେ ଏହି ସୁଯୋଗର ଲାଭ ଉଠାଇବା ପାଇଁ ୧୫ ଏପ୍ରିଲ ୨୦୧୮ ମଧ୍ୟରେ ବୁକିଂ କରିବା ପାଇଁ ପଡ଼ିବ । ଅନ୍ୟପଟେ ଯାତ୍ରା ୩୦ ଡିିସେମ୍ବର ୨୦୧୮ ପର୍ଯ୍ୟନ୍ତ ହିଁ ହୋଇପାରିବ ।