କୁହୁଡି ପାଇଁ ୧୨ ଘଂଟା ବିଳମ୍ବ ହେଲା ବିମାନ ଉଡାଣ: ଭୁବନେଶ୍ୱର ବିମାନବନ୍ଦରରେ ଫସି ରହିଲେ ଶତାଧିକ ଯାତ୍ରୀ, ଅବ୍ୟବସ୍ଥାକୁ ନେଇ ହଙ୍ଗାମା

115

କନକ ବ୍ୟୁରୋ: କୁହୁଡି ପାଇଁ ୧୨ ଘଂଟା ବିଳମ୍ବ ହେଲା ବିମାନ ଉଡାଣ । ଭୁବନେଶ୍ୱର ବିମାନବନ୍ଦରରେ ଫସି ରହିଲେ ଶତାଧିକ ଯାତ୍ରୀ । ଗତକାଲି ରାତି ୯ଟାରେ ଯିବାକୁ ଥିବା ଭୁବନେଶ୍ୱର ବେଙ୍ଗାଲର ଫ୍ଲାଇଟ କୁହୁଡ଼ି ପାଇଁ ଆଜି ପଯ୍ୟନ୍ତ ଉଡ଼ାନ ଭରି ପାରି ନାହିଁ । ଫଳରେ ୧୨ ଘଂଟାରୁ ଅଧିକ ସମୟ ଧରି ଏୟାରପୋର୍ଟରେ ଫସି ରହିଛନ୍ତି ଯାତ୍ରୀ । ଯାତ୍ରୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

କିନ୍ତୁ ବିମାନବନ୍ଦର ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ କୌଣସି ପଦକ୍ଷେପ ନିଆ ନଯିବା ପ୍ରତିବାଦରେ ଉତ୍ୟକ୍ତ ଯାତ୍ରୀ ଏୟାର ଏସିଆର କର୍ମଚାରୀଙ୍କୁ ଘେରାଉ କରିଥିଲେ । ବିମାନବନ୍ଦରର ଏହି ଅବ୍ୟବସ୍ଥାକୁ ନେଇ ହଙ୍ଗାମା କରିଛନ୍ତି ଅଟକି ରହିଥିବା ଯାତ୍ରୀ । ଏପରିକି ସକାଳୁ ସକାଳୁ ଉଡ଼ାନ ଭରିବାକୁଥିବା ଭୁବନେଶ୍ୱର-ହାଇଦ୍ରାବାଦ ଏୟାର ଏସିଆ ଫ୍ଲାଇଟକୁ ମଧ୍ୟ ଛାଡି ନାହାନ୍ତି ପ୍ରତିବାଦ କରିଥିବା ଯାତ୍ରୀ । ତେବେ ଶୀଘ୍ର ସମାଧାନ ପାଇଁ କର୍ତୁପକ୍ଷଙ୍କ ଆଶ୍ୱାସନା ପରେ ପ୍ରତିବାଦକାରୀ ଶାନ୍ତ ପଡିଥିବା ସୂଚନା ମିଳିଛି ।