ଟ୍ରେନ ଠାରୁ ଶସ୍ତା ହେଲା ବିମାନ ଯାତ୍ରା ! ମାତ୍ର ୯୯୯ ଟଙ୍କାରେ ଏହି କମ୍ପାନୀ ଦେଉଛି ବିମାନ ଯାତ୍ରା କରିବାର ସୁଯୋଗ, ଜାଣନ୍ତୁ କିପରି କରିବେ ବୁକିଂ ।

61

ଯଦି ଆପଣ କେଉଁଆଡେ ବୁଲି ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଟ୍ରେନ ଠାରୁ ମଧ୍ୟ କମ୍ ଟଙ୍କାରେ ବିମାନରେ ଯାତ୍ରା କରିପାରିବେ । ଦେଶର ସବୁଠାରୁ ବଡ କମ୍ପାନୀମାନଙ୍କ ମଧ୍ୟରେ ଇଣ୍ଡିଗୋ ଆପଣଙ୍କୁ ଏହି ଅଫର ଦେଉଛି । ପ୍ରକୃତ କଥା ହେଉଛି ଇଣ୍ଡିଗୋ ନିଜର ୧୦ ଲକ୍ଷ ସିଟ୍ ପାଇଁ ସେଲ୍ ଆରମ୍ଭ କରିଛି । ଏହା ଅନୁଯାୟୀ, ଟିକେଟ ବୁକିଂର ମୂଲ୍ୟ ୯୯୯ ଟଙ୍କାରୁ ଆରମ୍ଭ ହେବ । ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଅଫର ସୀମିତ ସମୟ ପାଇଁ ଅଟେ । କମ୍ପାନୀର କହିବା ଅନୁଯାୟୀ, ଏହି ଅଫରରେ ଗୋଟିଏ ଯାତ୍ରାର ଭଡା ୯୯୯ ଟଙ୍କା ହେବ । ଏଥିରେ ଗ୍ରାହକ ସେମାନଙ୍କ ନେଟୱାର୍କ ମଧ୍ୟରେ ଯେକୌଣସି ସ୍ଥାନକୁ ଯାତ୍ରା କରିପାରିବେ । ଏହା ସହ କମ୍ପାନୀ ଗ୍ରାହକମାନଙ୍କୁ ୨୦ ପ୍ରତିଶତ କ୍ୟାସବ୍ୟାକ ଦେବାର ମଧ୍ୟ ଅଫର ରଖିଛି ।

ତେବେ ଏହି ଅଫର ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ, ଯେଉଁମାନେ ମୋବିକ୍ୱିକ୍ ଜରିଆରେ ପେମେଣ୍ଟ କରିବେ । ଏବଂ ଏହି କ୍ୟାସବ୍ୟାକ୍ ୬୦୦ ଟଙ୍କା ପର୍ଯ୍ୟନ୍ତ ରହିବ । ଇଣ୍ଡିଆର ଏହି ସେଲ୍ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ସେଲ୍ ସେପ୍ଟେମ୍ବର ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣ ଏହି ଅଫରର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସେପ୍ଟେମ୍ବର ୧୮ ତାରିଖ ୨୦୧୮ ଠାରୁ ମାର୍ଚ୍ଚ ୩୦ ତାରିଖ ୨୦୧୯ ମଧ୍ୟରେ ଯାତ୍ରା କରିବା ପାଇଁ ଟିକେଟ୍ ବୁକ୍ କରିବା ପାଇଁ ହେବ । କମ୍ପାନୀର ମୁଖ୍ୟ ବାଣିଜ୍ୟ ଅଧିକାରୀ, ବିଲିୟମ୍ ବୋଲ୍ଟର କହିଛନ୍ତି, ଚାରି ଦିନ ପାଇଁ ଏହି ଅଫର ରଖାଯାଇଛି । ଯାହାକି ୩ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଫରରେ ଭଡା ୯୯୯ ଟଙ୍କାରୁ ଆରମ୍ଭ ହେବ ।