ପାକିସ୍ତାନ ମାଟିରେ କଡ଼ା ଜବାବ ଦେଲା ଭାରତୀୟ ବାୟୁ ସେନା : ଜାଣନ୍ତୁ କେମିତି ହୋଇଥିଲା ଆକ୍ରମଣ ଯୋଜନା ?

365

କନକ ବ୍ୟୁରୋ : ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣର ୧୨ ଦିନ ଭିତରେ କଡା ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ମାଟିରେ ଜବାବ ଦେଇଛି ଭାରତୀୟ ବାୟୁ ସେନା । ତେବେ ଏହି ଆକ୍ରମଣ ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଭାରତ । ଆସନ୍ତୁ ଜାଣିବା ଭାରତ କେମିତି ପ୍ରସ୍ତୁତ କରିଥିଲା ଆକ୍ରମଣ ସଫଳ କରିବା ପାଇଁ ରଣନୀତି । ପୁଲୱାମା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ଫେବ୍ରୁୟାରୀ ୧୫ରୁ ହିଁ ଆରମ୍ଭ ହୋଇଯାଇଥିଲା ଯୋଜନା । ସେନା ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ବୈଠକରେ ଯୋଜନା ନେଇ ସବିଶେଷ ଆଲୋଚନା ହୋଇଥିଲା ।

କେମିତି ହୋଇଥିଲା ଆକ୍ରମଣ ଯୋଜନା?

ଫେବ୍ରୁୟାରୀ ୧୫- ଆକାଶ ମାର୍ଗରେ ଆକ୍ରମଣ ପାଇଁ ବାୟୁସେନା ମୁଖ୍ୟ ଦେଇଥିଲେ ପ୍ରସ୍ତାବ

ଫେବ୍ରୁୟାରୀ ୧୬ରୁ ୨୦- ଡ୍ରୋନ ଜରିଆରେ ଏଲଓସିର ସର୍ଭିଲନ୍ସ କଲେ ବାୟୁସେନା ଓ ସ୍ଥଳସେନା

ଫେବ୍ରୁୟାରୀ ୨୦ରୁ ୨୨- ଗୁଇନ୍ଦା ସଂସ୍ଥା ସହ ମିଳିତ ଭାବେ ଟାର୍ଗେଟ ସେଟ୍ କଲା ବାୟୁସେନା

ଫେବ୍ରୁୟାରୀ ୨୧- ଏନଏସଏ ଅଜିତ ଡୋଭାଲଙ୍କୁ ବାୟୁସେନା ଆକ୍ରମଣର ବିକଳ୍ପ ରଖାଯାଇଥିଲା

ଫେବ୍ରୁୟାରୀ ୨୨- ବାୟୁସେନାର ୧ସ୍କ୍ୱାର୍ଡନ ଟାଇଗର ଓ ୭ସ୍କ୍ୱାର୍ଡନ ବେଟଲ ଏକ୍ସ ପ୍ରସ୍ତୁତ

ଫେବ୍ରୁୟାରୀ ୨୨-୨ ମିରାଜ ସ୍କ୍ୱାର୍ଡନର ୧୨ଯୁଦ୍ଧ ବିମାନ ଦ୍ୱାରା ଆକ୍ରମଣ ଚୂଡାନ୍ତ