ଆସନ୍ତା ୨୩ରେ କଟକରେ ଏୟାର ସୋ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି : ଖାନନଗର ବୁରୁଜ ପାର୍କରେ କରାଗଲା ମକଡ୍ରିିଲ

51

କଟକ : କଟକ ଖାନନଗର ବୁରୁଜ ପାର୍କ ଠାରେ ହେବ ଏୟାର ଶୋ । ଆସନ୍ତା ୨୩ ତାରିଖରେ ଏହି ଶୋରେ ୩ଟି ଯୁଦ୍ଧବିମାନ ପ୍ରଦର୍ଶନ କରିବେ । ଏନେଇ ଆଜି ମକ ଡ୍ରିଲ କରାଯାଇଛି । ୩ ଫାଇଟର ଜେଟ୍ ଆକାଶଗଙ୍ଗା, ସାରଙ୍ଗ, ସୂର୍ଯ୍ୟକିରଣ ଭଳିକି ଭଳି କଳା ପ୍ରଦର୍ଶନ କରିଥିଲେ ।  ଏହାକୁ ଦେଖିବାକୁ ଖାନନଗର ବୁରୁଜ ପାର୍କରେ ଲୋକଙ୍କ ବେଶ୍ ଭିଡ ଜମିଥିଲା ।

ଜିଲ୍ଲାପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ସାଧାରଣ ଲୋକେ କିଭଳି ଶୃଙ୍ଖଳିତ ଭାବେ ବସି ଏହି ସୋ’ର ମଜା ନେଇପାରିବେ ସେôତପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କଟକ ଜିଲ୍ଲାପାଳ ଏବଂ ମେୟର,କମିଶନର ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତା ୨୩ ତାରିଖ ଶୋ ପାଇଁ ଆକାଶକୁ ପକ୍ଷୀମୁକ୍ତ କରିବାକୁ ସ୍ଥାନୀୟ ଅଂଚଳରେ ଆମିଷ ବିକ୍ରି ଏବଂ ଗୁଡି ଉଡା ଉପରେ କଟକଣା ଲଗାଯାଇଛି ।