ଆସନ୍ତାକାଲି କଟକରେ ଏୟାର ଶୋ: ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବରେ କୌଶଳ ଦେଖାଇବ ବାୟୁସେନା

36

କଟକ : ଆସନ୍ତାକାଲି କଟକରେ ହେବ ଏୟାର ଶୋ । ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଭାରତୀୟ ବିମାନ ବାହିନୀର ଆକାଶଗଙ୍ଗା, ସୂର୍ଯ୍ୟକିରଣ ଓ ସାରଙ୍ଗ କାଠଯୋଡି ନଦୀଶଯ୍ୟାରେ ଦୁଃସାହସିକ ଉଡାଣ କୈାଶଳ ପ୍ରଦର୍ଶନ କରିବେ । ଗଣକବି ବୈଷ୍ଣବ ପାଣି ପାର୍କ ଖାନନଗର ଠାରେ ଏହି କୈାଶଳ ପ୍ରଦର୍ଶିତ ହେବ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ରହିବା ସହ ୫ ହଜାରରୁ ୬ ହଜାର ଦର୍ଶକଙ୍କ ପାଇଁ ସିଟର ବ୍ୟବସ୍ଥା କରାଯିବ । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା କରାଯିବ । ଟ୍ରାଫିକ୍ ବ୍ୟବସ୍ଥା ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ସୁପରିଚାଳନାର ବ୍ୟବସ୍ଥା ହେବ । କାର୍ଯ୍ୟକ୍ରମ ସକାଳ ୧୦ ଟା ୪୫ ରୁ ୧୧ ଟା ୪୫ ଯାଏ ଘଂଟାଏ ଧରି ଚାଲିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ବ୍ୟପାର ସଚିବ ।