ଗମ୍ଭୀର ସ୍ତରରେ ପହଂଚିଲା ବାୟୁ ପ୍ରଦୂଷଣ ସମସ୍ୟା : ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବେ ନାଗରିକ

123

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଏହି ସମୟରେ ଗମ୍ଭୀର ବାୟୁ ପ୍ରଦୂଷଣର ସମସ୍ୟା ସହିତ ଲଢ଼େଇ କରୁଛି । ଏବର୍ଷ ଜୁନରେ ସହରର ଖରାପ ଏୟାର କ୍ୱାଲିଟିର ସ୍ତର ଅନେକ ଥର ଦିଲ୍ଲୀ ଓ ବେଜିଂଙ୍ଗ ଭଳି ସହର ଠାରୁ ବଢ଼ି ଯାଇଛି । ଏବେ ପରିବେଶବିତ୍ ଓ କାର୍ଯ୍ୟର୍ତ୍ତାମାନେ ଲୋକଙ୍କ ସହ ମିଶି ସରକାରଙ୍କ ଉପରେ ମାମଲା ରୁଜୁ କରିବାର ନିଷ୍ପତ୍ତି ନେଇଛନ୍ତି ।

ଜାକର୍ତ୍ତାରେ ରହୁଥିବା ଲୋକମାନେ ନିକଟରେ ୨୦୧୮ ଓ କିଛି ଦିନ ପୂର୍ବର ଫଟୋ ପୋଷ୍ଟ କରି ସହରରେ ପ୍ରଦୂଷଣ ସ୍ତରର ତୁଳନା କରିଛନ୍ତି । ୨୫ ଜୁନରେ ଜାକର୍ତ୍ତାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୦ରୁ ବୃଦ୍ଧି ଘଟିଛି । ଏହି ସମୟରେ ଲଣ୍ଡନର ଏକ୍ୟୁଆଇ ୧୨ ଓ ସାନଫ୍ରାନ୍ସିସ୍କୋର ଏକ୍ୟୁଆଇ ୨୬ ଥିଲା । ସରକାରୀ କର୍ମଚାରୀ, ବ୍ୟବସାୟୀ ଓ କଳା କ୍ଷେତ୍ରରେ କାମ କରୁଥିବା ଲୋକମାନେ ସରକାରଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନରେ ଭାଗ ନେଉଛନ୍ତି । ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାର ଅର୍ଥାତ୍ ଏହା ସିଧାସଳଖ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ଉପରେ ରୁଜୁ ହେବ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ, ପରିବେଶ ମନ୍ତ୍ରାଳୟ, ଜାକର୍ତ୍ତା , ବାନ୍ତେନ ଓ ପଶ୍ଚିମୀ ଜାଭାର ରାଜ୍ୟପାଳଙ୍କୁ ମଧ୍ୟ ଏହି ମାମଲାରେ ସାମିଲ କରାଯିବ ।