ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ବଢ଼ିଲା Air Purifier ବିକ୍ରି : ୫୦୦ କୋଟି ପର୍ଯ୍ୟନ୍ତ ପହଞ୍ଚିଲା କାରବାର

60

ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ସଙ୍ଗୀନ ହେବାରେ ଲାଗିଛି ବାୟୂ ପ୍ରଦୂଷଣ ସ୍ଥିତି । ବିଷାକ୍ତ କୁହୁଡ଼ି ଓ ଧୁଆଁରେ ଆଚ୍ଛାଦିତ ହୋଇପଡ଼ିଛି ଦିଲ୍ଲୀ ଓ ଏନସିଆରର ରାସ୍ତାଘାଟ । ଏଭଳି ପରିସ୍ଥିତିରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ଦିଲ୍ଲୀ ବାସିନ୍ଦା ମାସ୍କ ପିନ୍ଧି ଘରୁ ବାହାରିବାକୁ ପସନ୍ଦ କରୁଛନ୍ତି । ଜନସଂଖ୍ୟା ଓ ଗାଡ଼ିମଟର ବୃଦ୍ଧି, ଜଙ୍ଗଲକ୍ଷୟ ଓ ଅଧିକ ସଂଖ୍ୟାରେ କଳକାରଖାନା ଦିଲ୍ଲୀ ପ୍ରଦୂଷଣ ସ୍ଥିତିକୁ ସଙ୍ଗୀନ କରିବାରେ ଲାଗିଛି ।

ବିଗତ କିଛି ବର୍ଷରେ ପ୍ରଦୂଷଣର ମାତ୍ରା ଯେପରି ବଢ଼ିବାରେ ଲାଗିଛି ସେହିପରି ଭାବେ ଏୟାର ପ୍ୟୁରିଫାୟର ବିକ୍ରି ବଢ଼ିବାରେ ଲାଗିଛି । ଶୁଦ୍ଧ ଅମ୍ଳଜାନ ପାଇବା ପାଇଁ ଲୋକଙ୍କୁ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ୁଛି । ଦେଶୀ ଠାରୁ ଆରମ୍ଭ କରି ବିଦେଶୀ ବ୍ରାଣ୍ଡର ଏୟାର ପ୍ୟୁରିଫାୟର ବଜାରରେ ଉପଲବ୍ଧ । ଏୟାର ପ୍ୟୁରିଫାୟର ବ୍ୟବସାୟ ଏବେ ୫୦୦ କୋଟି ପର୍ଯ୍ୟନ୍ତ ପହଞ୍ଚିସାରିଛି । ୫୦୦୦ରୁ ଆରମ୍ଭ କରି ଲକ୍ଷ ପର୍ଯ୍ୟନ୍ତ ଆପଣ ଯେତିକି ଟଙ୍କା ଖର୍ଚ୍ଚ କରିବେ ସେତିତି ଶୁଦ୍ଧ ପବନ ପାଇବେ ।

ଅନଲାଇନରେ ମଧ୍ୟ ବିକ୍ରି ହେଉଛି ଏୟାର ପ୍ୟୁରିଫାୟର । ଏବେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏୟାର ପ୍ୟୁରିଫାୟର କିଣାବିକା ବଢ଼ିଛି । ଏୟାର ପ୍ୟୁରିଫାୟର ଦ୍ୱାରା ରୁମରେ ପ୍ରଦୂଷଣର ମାତ୍ରା କେତେ ଅଛି ଓ କେତେ ସୁଧାର ଆସିଛି ଆପଣ ଜାଣିପାରିବେ ।