ବିପଦ ସଙ୍କେତ ଦେଲାଣି ଦେଶରେ ବାୟୁ ପ୍ରଦୂଷଣର ମାତ୍ରା : ଦିଲ୍ଲୀରେ ଶ୍ୱାସ ପ୍ରଶ୍ୱାସ ନେବା ଦିନକୁ ୧୫-୨୦ ସିଗାରେଟ୍ ଟାଣିବା ସହିତ ସମାନ

ସିଗାରେଟ୍ ଟାଣିବା ଓ ଦିଲ୍ଲୀରେ ଶ୍ୱାସ ପ୍ରଶ୍ୱାସ ନେବା ସହିତ ସମାନ

75

ଦେଶର ରାଜଧାନୀ ଦିଲ୍ଲୀର ଡାକ୍ତରଙ୍କ କହିବାନୁସାରେ, ଦିଲ୍ଲୀରେ ଖରାପ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଉଛି, ଯାହାକି ଗୋଟିଏ ଦିନରେ ୧୫-୨୦ ସିଗାରେଟ୍ ଟାଣିବା ସହିତ ସମାନ । ବାୟୁ ପ୍ରଦୂଷଣର କୁପ୍ରଭାବକୁ ପ୍ରଦର୍ଶିତ କରିବା ପାଇଁ ଦିଲ୍ଲୀର ଏକ ହସପିଟାଲରେ ମଣିଷ ଫୁସଫୁସର ପ୍ରତିରୂପ ରଖାଯାଇଛି । ସାର ଗଙ୍ଗାରାମ ହସପିଟାଲର ଜଣେ ଡାକ୍ତରଙ୍କ କହିଛନ୍ତି କି, ସେ ଗତ ୩୦ ବର୍ଷରେ ଲୋକଙ୍କ ଫୁସଫୁସର ରଙ୍ଗକୁ ବଦଳୁଥିବାର ଦେଖିଛନ୍ତି । ପ୍ରଥମେ ସିଗାରେଟ୍ ଟାଣୁଥିବା ଲୋକଙ୍କ ଫୁସଫୁସରେ କଳା ରଙ୍ଗର ଆସ୍ତରଣ ରହୁଥିଲା । ଯେବେକି ଅନ୍ୟ ମାନଙ୍କ ଫୁସଫୁସର ରଙ୍ଗ ଗୋଲାପି ରହୁଥିଲା ।

କିନ୍ତୁ ତାଙ୍କୁ ଆଜିକାଲି କଳା ରଙ୍ଗର ଫୁସଫୁସ ହିଁ ଦେଖିବାକୁ ମିଳୁଛି । କିଶୋରମାନଙ୍କ ଫୁସଫୁସରେ କଳା ରଙ୍ଗର ଚିହ୍ନ ରହୁଛି । ଏହା ଅତ୍ୟନ୍ତ ଭୟଙ୍କର । ଏହି ଅଦ୍ଭୁତ ପ୍ରତିରୂପ ଜରିଆରେ ଲୋକଙ୍କୁ ଦେଖାଯାଇପାରିବ କି ତାଙ୍କର ଫୁସଫୁସ କେମିତି ଦେଖାଯାଉଛି । ଲୋକଙ୍କ ଶରୀରରେ ଖରାପ ପବନର ପ୍ରଭାବର ତୁଳନା ଗୋଟିଏ ଦିନରେ ୧୫-୨୦ ସିଗାରେଟ୍ ଟାଣିବା ସହିତ ସମାନ କରାଯାଇପାରିବ ।