ବଲାଙ୍ଗିରରେ ଦିଲ୍ଲୀର ଭ୍ରମ ! ପବନରେ ଘୁରିବୁଲୁଛି ଜହର, ସର୍ତକ ରହିବା ପାଇଁ ଡାକ୍ତର ଦେଲେ ପରାମର୍ଶ

41

କନକ ବ୍ୟୁରୋ : ବିଜ୍ଞାନ, ଏ ଯୁଗର ମଣିଷକୁ ବରଦାନଠୁ ବେଶୀ ଅଭିଶାପ ରୂପେ ମିଳିଛି । ପ୍ରଦୂଷଣର ଜନ୍ମ ବିଜ୍ଞାନର ଗର୍ଭରୁ ହୋଇଥିବା ବେଳେ ମଣିଷ ଏହାକୁ ଆହୁରି ଅଧୀକ ଜଟିଳ କରିଦେଇଛି । ବିଶ୍ୱର ଅତ୍ୟଧିକ ପ୍ରଦୂଷଣ ସହର ତାଲିକାରେ ରହିଛି ଦେଶର ୪ ଟି ସହର । କେବଳ ସେହି ୪ଟି ସହର ନୁହେଁ ଆହରୁ ଅନେକ ସହରେ ଧୂଳିର ଚାଦରରେ ଢାଙ୍କି ହୋଇଛି । ଓଡିଶାର ବଲାଙ୍ଗିର ଜିଲ୍ଲା ପରିବେଶ ଏବେ ପତଳା ଧୂଳିର ଚାଦରରେ ଆଛାଦିତ ହୋଇଛି । ପରିସ୍ଥିତି ଏଭଳି ହୋଇଛି ଯେ, ଲୋକଙ୍କ ଜୀବନ ଜିଇଁବା କଷ୍ଟକର ହୋଇପଡିଛି ।

maxresdefaultବଲାଙ୍ଗିରରେ ଦିଲ୍ଲୀର ଭ୍ରମ । ପବନରେ ଜହର । ଗଛପତ୍ରକୁ ଢାଙ୍କିଛି ଧୂଳିର ଚାଦର ।ଏଭଳି ଦୃଶ୍ୟ ବଲାଙ୍ଗିର ସହରର ଦେଖିବାକୁ ମିଳିଛି । ସାରା ସହରକୁ ଢାଙ୍କି ଦେଇଛି ଧୂଳିର ଆବରଣ । ବାୟୁର ଜହର ଧିରେ ଧିରେ କାୟା ବିସ୍ତାର କରୁଛି । ଯୁଆଡେ ଦେଖିଲେ ଧୂଳି ଧୂଆଁରେ ଆଚ୍ଛାଦିତ । ପରିସ୍ଥିତି ଏଭଳି ହୋଇଛି ଯେ, ଶ୍ୱାସ ରୋଗୀ, ଛୋଟ ପିଲା ଓ ବୟସ୍କ ଲୋକ ଘରୁ ବାହାରିବା ବିପଦଜ୍ଜନକ ହୋଇପଡିଛି ।

ସହରରେ ଶ୍ୱାସଜନିତ ରୋଗ, ହୃତରୋଗ, କ୍ୟାନସର, ଚର୍ମରୋଗ, ଯକ୍ଷ୍ମା ଯକୃତ ରୋଗୀଙ୍କ ସଂଖ୍ୟା ବଢିଛି । ହେଲେ ପ୍ରଦୂଷଣ ରୋକିବା ପାଇଁ ମ୍ୟୁନିସିପାଲିଟି ଓ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଧୁଳି ସଫା ପାଇଁ ଆସିଥିବା ମେସିନ ସୋପିସ୍ ହୋଇ ପଡିଥିବା ବେଳେ ଏହା ବାବଦକୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହୋଇଛି ।

ଧୂଳି କଣାରେ ଥିବା ସିଲିକା ନାମକ ମାରାତ୍ମକ କଣିକା ମଣିଷ ଶରୀର ପାଇଁ କ୍ଷତିକାରକ । ଏହା ଫୁସଫୁସ, ଲିଭର, ଚକ୍ଷୁ ଓ ଚର୍ମ ପାଇଁ ବିପଦଜ୍ଜନକ । ବଲାଙ୍ଗିରର ବର୍ତମାନ ପରିସ୍ଥିତିକୁ ଦେଖିଲେ, ଘରୁ ବାହାରିବା ମାତ୍ରେ ସତର୍କତା ଅବଳମ୍ବନ କରିବା ସହ ମାକ୍ସ ଲାଗାଇ ବାହାରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବଲାଙ୍ଗିର ସିଡିଏମଓ । ତେବେ ବେଳ ଥାଉ ଥାଉ ସାବଧାନ ନ ହେଲେ ବଲାଙ୍ଗୀର ମଧ୍ୟ ଦିଲ୍ଲୀ ଭଳି ପ୍ରଦୂଷିତ ହୋଇଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।