ସଙ୍କଟରେ ଭାରତ ! ପ୍ରଦୁଷଣ ଜନିତ ସମସ୍ୟାରେ ଭାରତରେ ମୃତ୍ୟୁ ସଂଖ୍ୟା ୪୮ପ୍ରତିଶତକୁ ବୃଦ୍ଧି

28

କନକ ବ୍ୟୁରୋ: ସଙ୍କଟରେ ଭାରତ । ପ୍ରଦୁଷଣ ଜନିତ ସମସ୍ୟାରେ ଭାରତରେ ମୃତ୍ୟୁ ସଂଖ୍ୟା ୪୮ପ୍ରତିଶତ ବୃଦ୍ଧି ପାଇଛି । ଚୀନ ପରେ ଭାରତ ହେଉଛି ଦ୍ୱିତୀୟ ଦେଶ ଯେଉଁଠି ପ୍ରଦୁଷଣ ସମସ୍ୟାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ଷ୍ଟେଟ ଅଫ ଗ୍ଲୋବାଲ ଏୟାର ୨୦୧୭ ଏହି ରିପୋର୍ଟ ମିଳିଛି । ଦୁନିଆରେ ପ୍ରଦୁଷଣ ଜନିତ ସମସ୍ୟା ପାଇଁ ବାର୍ଷିକ ୪୨ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କେବଳ ଭାରତରେ ୧୦ଲକ୍ଷ ଲୋକଙ୍କ ମୃତ୍ୟୁ ହେଇଥିବା ଜଣାପଡିଛି । ଏଥିସହ ଦିଲ୍ଲୀ ଓ ବିହାର ସବୁଠୁ ଅଧିକ ପ୍ରଦୂଷିତ ସହରର ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।