ଏୟାର ଓଡ଼ିଶା ସେବା ଆଜିିଠାରୁ ବନ୍ଦ

27

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଓଡ଼ିଶାର ସମ୍ବଲପୁର, ଜୟପୁର ଓ ରାଉରକେଲା ଭଳି ସହରକୁ ସଂଯୋଗ କରୁଥିବା ଏୟାର ଓଡ଼ିଶା ଆଜିିଠାରୁ ବନ୍ଦ । ଚୁକ୍ତିର ମାତ୍ର ୫ ମାସ ପରେ ସରକାର ଏୟାର ଓଡ଼ିଶା ସହ ଚୁକ୍ତିକୁ ବାତିଲ କରିଛନ୍ତି । ଏୟାର ଓଡ଼ିଶା ଚୁକ୍ତିର ଖିଲାପ କରିଥିବା ଦର୍ଶାଇ ସରକାର ଏଭଳି ନିଷ୍ପତି ନେଇଥିବା ବେଳେ ଅଭିଯୋଗ ଗୁଡ଼ିକୁ ଏୟାର ଓଡ଼ିଶା ମାନିବାକୁ ନାରାଜ ।

ସେପଟେ ଥାନାରେ ହାଜର ହୋଇଛନ୍ତି ଏୟାର ଓଡିଶା ନିର୍ଦେଶକ ସନ୍ତୋଷ ପାଣି ଓ ସନ୍ଦୀପ ରାୟ । କମ୍ପାନୀ ସେୟାର କାରବାରରେ ହେରଫେର ନେଇ ଅଭିଯୋଗ କରିଛନ୍ତି ସେୟାର ହୋଲଡର  ।