ଖିମଜୀ ଆଣିଲେ ଅଭିଯୋଗ : ଏୟାର ଓଡିଶା କରିଛି ଟଙ୍କା ହେରଫେର

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଠକିଛି ଏୟାର ଓଡିଶା । ଖଣ୍ଡଗିରି ଥାନାରେ ଏହି ଅଭିଯୋଗ ଆଣିଛନ୍ତି ଏୟାର ଓଡିଶାର ସେୟାର ହୋଲଡର ମିତେଶ ଖିମଜୀ। କହିଛନ୍ତି, ସେୟାର ହୋଲଡର ନାଁରେ ଏୟାର ଓଡିଶା ଠକି ନେଇଛି ଦେଢ କୋଟି ଟଙ୍କା । ଆଉ ଟଙ୍କା ବଦଳରେ ସେୟାର ନଦେଇ ଭୁଆଁ ବୁଲାଇଛି ।

ତେବେ ଏଭଳି ଅଭିଯୋଗ ପରେ, ମାନ୍ୟବର ଏସ.ଡି.ଜେ.ଏମ. କୋର୍ଟଙ୍କ ନିର୍ଦେଶକ୍ରମେ ଦଫା ୪୨୦,୪୦୬, ୪୧୭, ୫୦୬, ୧୨୦ବିରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଖଣ୍ଡଗିରି ଥାନା ପୁଲିସ । ମିତେଶ ଦେଇଥିବା ଡକ୍ୟୁମେଂଟକୁ ପୁଲିସ ସିଜ୍ କରିଛି । ତଦନ୍ତକୁ ଆଗେଇବା ପାଇଁ ମିତେଶ ଖିମଜୀଙ୍କ ୱାନ୍ ସିକ୍ସଟି ୱାନ୍ ଷ୍ଟେଟମେଂଟ ରେକର୍ଡ କିରଛି ଖଣ୍ଡଗିରି ଥାନା ପୁଲିସ । ସେପଟେ ମିତେଶଙ୍କୁ କାଉଁଟର କରିଛନ୍ତି ଏୟାର ଓଡିଶାର ସି.ଏମ.ଡି ।

ମିତେଶ ଖିମଜୀଙ୍କ ବୟାନ ରେକର୍ଡ ପରେ, ଏୟାର ଓଡିଶାକୁ ନୋଟିସ ଜାରି କରିବ କମିଶନରେଟ ପୁଲିସ । ମିତେଶଙ୍କ ଠାରୁ ସିଜ୍ ହୋଇଥିବା ଡକ୍ୟୁମେଂଟର ଭେରିଫିକେସନ ପାଇଁ ସମସ୍ତ ବ୍ୟାଙ୍କ ଆକାଉଁଟ ଯାଂଚ କରିବ ପୁଲିସ ।