ଦୀର୍ଘଦିନର ଦାବି ପୂରଣ ! ଆଜିଠୁ ଭୁବନେଶ୍ୱରରୁ-ରାୟପୁରକୁ ଉଡିଲା ଏୟାର ଓଡିଶା, ସପ୍ତାହକୁ ଚାଲିବ ୬ ଦିନ

44

କନକ ବ୍ୟୁରୋ: ଏୟାର ଓଡିଶାର ଶୁଭାରମ୍ଭ ହେଲା । ଆଜି ଭୁବନେଶ୍ୱରରୁ-ରାୟପୁରକୁ ଉଡାଣ ଭରିଲା ଏୟାର ଓଡିଶା । ସକାଳ ୬ଟା ୧୦ରେ ଭଉବନେଶ୍ୱର ବିମାନ ବନ୍ଦରରୁ ବିମାନ ରାୟପୁର ଅଭିମୁଖେ ଯାତ୍ରା କରିଥିଲା । ଭୁବନେଶ୍ୱରରୁ ମାତ୍ର ୪୫ ମିନିଟ ଭିତରେ ରାୟପୁର ପହଂଚିଛି ଏୟାର ଓଡିଶା । ସପ୍ତାହକୁ ଏୟାର ଓଡିଶା ବିମାନ ୬ ଦିନ ଯାତ୍ରା କରିବ । ଏଥିରେ ଥରକରେ ଯାତ୍ରା କରିପାରିବେ ୧୮ ଜଣ ଯାତ୍ରୀ । ଟିକଟର ମୂଲ୍ୟ ୪୫ଶହ ଟଙ୍କାରୁ ଆରମ୍ଭ ।

ସୂଚନାଯୋଗ୍ୟ, ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱର-ରାୟପୁରକୁ ଆରମ୍ଭ ହେଲା ସିଡୁଲ୍‌ ବିମାନ ସେବା। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି।  ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ କରିଛନ୍ତି । ଏହି ବିମାନ ପ୍ରତ୍ୟେକ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ସକାଳ ୭ଟା ୪୦ରେ ରାୟପୁରରେ ପହଞ୍ଚିବ। ସେଠାରୁ ମଧ୍ୟାହ୍ନ ୧୨ଟା ୧୫ରୁ ବାହାରି ଅପରାହ୍ନ ଗୋଟାଏ ୪୦ରେ ଭୁବନେଶ୍ୱରରେ ପହଞ୍ଚିବ।