ମହଙ୍ଗା ପଡିଲା ଠକେଇ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହଙ୍ଗା ପଡିଲା ଠକେଇ ö ଗିରଫ ହେଲେ ଏୟାର ଓଡିଶାର ନିର୍ଦେଶକ ସନ୍ତୋଷ ପାଣି । ଠକେଇ ଅଭିଯୋଗରେ ଭୁବନେଶ୍ୱର ଖଣ୍ଡଗିରି ପୁଲିସ୍ ସନ୍ତୋଷଙ୍କୁ ଗିରଫ କରିଛି । ଏୟାର ଓଡିଶାର ନିର୍ଦେଶକ ସନ୍ତୋଷ ପାଣିଙ୍କ ନାଁରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଥିଲେ ସନ୍ଦୀପ ରାୟ । କଂପାନୀ ସହ ସେୟର ହୋଲଡର୍ ଥିବା ସନ୍ଦୀପ ରାୟଙ୍କ ଏତଲା ପରେ ତାଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି । ଆଜି ସକାଳେ ଥାନାରେ ହାଜର ହୋଇଥିଲେ ଏୟାର ଓଡିଶା ନିର୍ଦେଶକ ସନ୍ତୋଷ ପାଣି ଓ ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ । କମ୍ପାନୀ ସେୟାର କାରବାର ହେରଫେର ଅଭିଯୋଗରେ ଉଭୟେ ଖଣ୍ଡଗିରି ଥାନାରେ ହାଜର ହୋଇଥିଲେ । ଅର୍ଥ କାରବାର ନେଇ ପୁଲିସ୍ ସନ୍ତୋଷ ପାଣିଙ୍କୁ ପଚରାଉଚୁରା କରୁଥିଲା । ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି । ଏୟାର ଓଡିଶା ସେୟାର ହୋଲଡରଙ୍କ ଅଶଂଧନ କାରବାରରେ ହେରଫେର ନେଇ ଅଂଶିଦାର ମିତେଶ ଖିମଜୀ, ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ରାୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ଏହା ସହ ଏୟାର ଓଡ଼ିଶା ସେବା ଆଜିିଠାରୁ ବନ୍ଦ