ଉଡିବନି ଏୟାର ଓଡିଶା !

81

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୁନ୍ ପହିଲାରୁ ଏୟାର ଓଡିଶା ସହ ଚୁକ୍ତି ବାତିଲ ହେବ । ଏୟାର ଓଡିଶା ସହ ଚୁକ୍ତି ବାତିଲ ନେଇ ଚିଠି ଜାରି କରିଛି ସିଏମଜିଆଇ । ଅଗଷ୍ଟ ୨୯ , ୨୦୧୫ରେ କମ୍ପାନୀ ସହ ହୋଇଥିବା ଚୁକ୍ତି ବାତିଲ କରିବାକୁ ଚିଠି ଲେଖିଛି ସିଏମଜିଆଇ । ଗତ ୨୬ ତାରିଖରେ ଏୟାର ଓଡିଶାକୁ ନୋଟିସ ଜାରି କରାଯାଇଥିଲା । ଯାହା ଉପରେ ଏୟାର ଓଡିଶା ପକ୍ଷରୁ ଗତ ୩୦ ତାରିଖରେ ଉତର ରଖାଯାଇଥିଲା । ଏହା ସତ୍ୱେ ଆଜି ଚୁକ୍ତି ବାତିଲ କରାଯାଇଥିବା ନେଇ ଚିଠିରେ ଦର୍ଶାଇଛି ସିଏମଜିଆଇ । ସେପଟେ ଏନେଇ ପ୍ରତିକ୍ରିୟା ରଖିଛି ଏୟାର ଓଡିଶା । କମ୍ପାନୀ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି କମ୍ପାନୀ କତୃପକ୍ଷ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି ଏୟାର ଓଡିଶା । ଆବଶ୍ୟକ ପଡିଲେ କମ୍ପାନୀ ଆଇନର ମଧ୍ୟ ସାହାଯ୍ୟ ନେବ ବୋଲି ଚେତାଇ ଦେଇଛି ।