ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କ ପାଇଁ ଚାଲିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ଘରୋଇ ବିମାନ । ମେ ୧୯ରୁ ଜୁନ ୨ ଯାଏ କରିବ ଚାଳଚଳ । ଦିଲ୍ଲୀରୁ ୧୭୩, ମୁମ୍ବାଇରୁ ୪୦ ବିମାନ ଭରିବ ଉଡାଣ

635

କନକ ବ୍ୟୁରୋ : ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କ ପାଇଁ ଚାଲିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ଘରୋଇ ବିମାନ । ମେ ୧୯ ଏବଂ ଜୁନ ୨ ଭିତରେ ଭାରତର ବିଭିନ୍ନ ସହରରୁ ଉଡ଼ାଣ ଭରିବ ଏୟାର ଇଣ୍ଡିଆର ଘରୋଇ ବିମାନ । ବିଭିନ୍ନ ସ୍ଥାନରେ ଫସିରହିଥିବା ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏୟାର ଇଣ୍ଡିଆ ବିମାନ ଉଡିବ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁର ସହରରୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ । ମେ ୧୯ ତାରିଖରୁ ଚେନ୍ନାଇରୁ ଗୋଟିଏ ବିମାନ ଉଡ଼ିବ ।

ସେହିପରି ଦିଲ୍ଲୀରୁ ସର୍ବାଧିକ ୧୭୩ଟି ବିମାନ, ମୁମ୍ବାଇରୁ ୪୦, ହାଇଦ୍ରାବାଦରୁ ୨୫ ଏବଂ କୋଚିରୁ ୧୨ ଟି ବିମାନ ଉଡ଼ିବ । କରୋନା କଟକଣା ପାଇଁ ଦେଶରେ ତାଲାବନ୍ଦ ଜାରି ରହିଥବାରୁ ଦେଶର ବିଭିନ୍ନ ସ୍ଥାନରେ ଯାତ୍ରୀ ମାନେ ଫସୀରହିଛନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବ । ଏଥିପାଇଁ ଯାତ୍ରୀ ମାନଙ୍କୁ ସିଟ ବୁକିଂ ପାଇଁ ଫି ଦେବାକୁ ପଡ଼ିବ ।