କୋଠା ସହ ଧକ୍କା ଖାଇଲା ଏୟାର ଇଣ୍ଡିଆ ବିମାନ

ଏୟାର ଇଣ୍ଡିଆ ବିମାନ ଡେଣାର ଅଗ୍ରଭାଗ ଗୋଟାଏ କୋଠାରେ ଧକ୍କା ଖାଇଛି

256

କନକ ବ୍ୟୁରୋ : ବୁଧବାର ଦିନ ୧୭୯ ଜଣ ଯାତ୍ରୀଙ୍କୁ ଧରି ଷ୍ଟକହୋମରେ ଆର୍ଲାଣ୍ଡା ବିମାନ ବନ୍ଦରର ଫାଟକ ଆଡ଼କୁ ଧୀରେ ଧୀରେ ଗଡୁଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଡେଣାର ଅଗ୍ରଭାଗ ଗୋଟାଏ କୋଠାରେ ଧକ୍କା ଖାଇଛି ବୋଲି ପୁଲିସ କହିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ପୁଲିସ ଏକ ବିବୃତିରେ ଲେଖିଛି: ୧୭୯ ଜଣ ଯାତ୍ରୀଙ୍କୁ ଗୋଟାଏ ଅସ୍ଥାୟୀ ଶିଡ଼ିରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯିବା ପରେ ଟର୍ମିନାଲକୁ ପ୍ରବେଶ କରାଇ ଦିଆଯାଇଥିଲା। ଦୁର୍ଘଟଣାର କାରଣ ହଠାତ୍ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି।

 

ଆନ୍ତର୍ଜାତିକ ବିମାନଗୁଡ଼ିକ ପାଇଁ ଉଦ୍ଦିଷ୍ଟ ମୁଖ୍ୟ ଟର୍ମିନାଲ୍, ଟର୍ମିନାଲ୍ ନମ୍ବର ୫ ଠାରୁ ପ୍ରାୟ ୫୦ ମିଟର ଦୂରରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାସ୍ଥଳର ଫଟୋଚିତ୍ରରୁ ଜଣାପଡୁଛି, ବାମ ପଟ ଡେଣାର ଅଗ୍ରଭାଗ ଗୋଟାଏ କୋଠାଘର କାନ୍ଥରେ ପିଟି ହୋଇ ରନୱେରେ ଅଟକିଛି। ବିମାନ ପାଖରେ କେତେଗୁଡ଼ିଏ ଟ୍ରକ୍ ଏବଂ ଦମକଳ ଠିଆ କରାଯାଇଛି।ବିମାନଟି ନୂଆଦିଲ୍ଲୀରୁ ଯାଇଥିବା କଥା ସ୍ୱେଡାଭିଆ ଏୟାରପୋର୍ଟ କର୍ତୃପକ୍ଷଙ୍କ ୱେବସାଇଟରୁ ଜଣାପଡିଛି