ଭୁବନେଶ୍ୱର: ଅବତରଣ ବେଳେ ଫାଟିଲା ବିମାନର ଚକା, ଅଳ୍ପକେ ବଂଚିଲେ ଯାତ୍ରୀ

50

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିମାନ ଅବତରଣ ବେଳେ ଫାଟିଗଲା ବିମାନର ଚକା । ଏୟାର ଇଣ୍ଡିଆର ବିମାନ-୦୦୭୭ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରୁଥିବାବେଳେ ଏହି ବିମାନର ଚକା ଫାଟିଯାଇଛି । ଅଳ୍ପକେ ବଂଚିଲେ ୧୫୭ ବିମାନ ଯାତ୍ରୀ । ବିମାନଟି ଦିଲ୍ଲୀରୁ ଭୁବନେଶ୍ୱରକୁ ଆସୁଥିଲା । ତେବେ ଏହି ବିମାନରେ ଆସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।