କୁମ୍ଭ ଶ୍ରଦ୍ଧାଳୁଙ୍କ ପାଇଁ ଏୟାର ଇଣ୍ଡିଆର ଉପହାର : ଏହି ଦିନ ମିିଳିବ ଏହି ବିଶେଷ ଯାତ୍ରା କରିବାର ସୁବିଧା 

140

ଏୟାର ଇଣ୍ଡିଆ କୁମ୍ଭ ମେଳା ପାଇଁ ବିଭିନ୍ନ ସହର ଓ ପ୍ରୟାଗରାଜ ମଧ୍ୟରେ ବିଶେଷ ଉଡାଣ ସଂଚାଳନ ଆରମ୍ଭ କରିବ । ପ୍ରୟାଗରେ କୁମ୍ଭ  ମେଳା ୧୫ ଜାନୁୟାରୀରୁ ଆରମ୍ଭ ବେହ ଓ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ । ନିକଟରେ ଇଲାହାବାଦର ନାମ ବଦଳାଇ ପ୍ର୍ରୟାଗରାଜ କରିଦିଆଯାଇଛି । ଏୟାର ଇଣ୍ଡିଆ ଏକ ବିଜ୍ଞପ୍ତି ଜାରି କରି ଜଣାଇଲା କି, ବିଶେଷ ଉଡାଣ ୧୩ ଜାନୁୟାରୀରୁ ୩୦ ମାର୍ଚ୍ଚ ମଧ୍ୟରେ ସଂଚାଳିତ ହେବ ।

ଏହା ଜରିଆରେ ପ୍ରୟାଗରାଜକୁ ଦିଲ୍ଲୀ, ଅହମଦାବାଦ ଓ କୋଲକାତା ସହିତ ଯୋଡା ଯିବ । ଦିଲ୍ଲୀ-ଆହ୍ଲାବାଦ ଉଡାଣର ସଂଚାଳନ ସୋମବାର, ବୁଧବାର, ଶୁକ୍ରବାର, ଶନିବାର ଓ ରବିବାରକୁ କରାଯିବ । ଆହ୍ଲାବାଦ-ଅହମଦାବାଦ ଉଡାଣର ସଂଚାଳନ ବୁଧବାର ଓ ଶନିବାର ଦିନ ହେବ ଯେବେକି ଆହ୍ଲାବାଦ-କୋଲକାତା ଉଡାଣର ସଂଚାଳନ ଶୁକ୍ରବାର ଓ ରବିବାରକୁ ହେବ । ଦୁନିଆର ସବୁଠାରୁ ବଡ ଧାର୍ମିକ ସମାଗମ  କୁମ୍ଭ ମେଳାର ଆୟୋଜନ ପତିତ ପାବନୀ ଗଙ୍ଗା, ଯମୂନା ଓ ଅଦୃଶ୍ୟ ସରସ୍ୱତୀଙ୍କ ସଂଗମରେ ହୋଇଥାଏ ।