ପାଇଲଟଙ୍କ ଇଲିସି ପ୍ୟାକେଟକୁ ନେଇ ଏୟାର ଇଣ୍ଡିଆ ବିମାନ ଉଡାଣରେ ବିଳମ୍ବ : ଯାତ୍ରୀ ମାନଙ୍କ ମଧ୍ୟରେ ତେଜିଲା ଅସନ୍ତୋଷ

49

କନକ ବ୍ୟୁରୋ : ପାଇଲଟଙ୍କ ମାଛ ନିଶା ଲାଗି ବିମାନ ଡେରିରେ ଉଡାଣ ଭରିଲା । ବିଶ୍ୱାସ ହେଉନଥିଲେ ମଧ୍ୟ ଏହାସତ । ତେବେ ମିଳିଥିବା ସୂଚନା ଅନୁସାରେ ଚଳିତମାସ ଢାକାରୁ କୋଲକାତା ଅଭିମୁଖେ ଆସୁଥିବା ଗୋଟାଏ ବିମାନରେ ଜଣେ ପାଇଲଟ୍ ଗୁପ୍ତରେ ଇଲିସି ମାଛ ଆଣିବାକୁ ଉଦ୍ୟମ କରିବା ଘଟଣାର ତଦନ୍ତ କରିବାକୁ ଏୟାର୍ ଇଣ୍ଡିଆର ପରିଚାଳନା କମିଟି ଆଦେଶ ଦେବା ସହ ସେଥିଯୋଗୁଁ ବିମାନ ଉଡ଼ାଣରେ ଘଟିଥିବା ବିଳମ୍ବ ପାଇଁ ସେ ପାଇଲଟଙ୍କୁ କୈଫୟତ୍ ମାଗିଛି। ଏୟାରଲାଇନସ୍ ନିରାପତ୍ତା ଅଧିକାରୀ ପାଇଲଟଙ୍କୁ ଉଦ୍ୟମକୁ ଭଣ୍ଡୁର କରିଥିଲେ ମଧ୍ୟ ଏଥିଯୋଗୁଁ ଉପୁଜିଥିବା ଗୋଳମାଳିଆ ପରିସ୍ଥିତି ସକାଶ ଅଗଷ୍ଟ ୮ ତାରିଖ ବିମାନ ଉଡ଼ାଣରେ ପ୍ରାୟ ଘଣ୍ଟାଏ ବିଳମ୍ବ ଘଟିଥିଲା। ରାତି ୯ଟା ୨୫ରେ ଉଡ଼ାଣ ଆରମ୍ଭ କରିବାକୁ ଥିବା ଏଆଇ୨୨୯ ବିମାନରେ ରାତି ୯ଟା ୧୫ ସୁଦ୍ଧା ୫୪ ଜଣ ଯାତ୍ରୀ ବସି ସାରିଥିଲେ। କିନ୍ତୁ, ନିର୍ଦ୍ଧାରିତ ସମୟରେ ବିମାନ ଉଡ଼ାଣ ଆରମ୍ଭ ନ କରିବାରୁ ଯାତ୍ରୀମାନେ ବିରକ୍ତ ହୋଇଯାଇଥିଲେ। ପଚରା ପଚରି କରିବାରୁ ଜଣାପଡ଼ିଲା ଯେ ଦୁଇ ପାଇଲଟଙ୍କୁ ମଧ୍ୟରୁ ଜଣେ ପାଇଲଟ୍ ବିମାନରେ ନେବାକୁ ଚାହୁଁଥିବା ଗୋଟାଏ ପ୍ୟାକେଟ୍ ଯୋଗୁଁ ଅସୁବିଧା ଉପୁଜିଛି । ଢାକା ଠାରେ ଥିବା ଏୟାରଲାଇନ ନିରାପତ୍ତା ଅଧିକାରୀ ଏବଂ ସମ୍ପୃକ୍ତ ପାଇଲଟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ବିମାନ ଉଡ଼ାଣ ଆରମ୍ଭ କରିବାର କେଇ ମିନିଟ୍ ପୂର୍ବରୁ ଏୟାରଲାଇନ ଚୁକ୍ତିଭିତ୍ତିରେ କାମ କରୁଥିବା ଜଣେ କର୍ମଚାରୀ ବରଫ ପ୍ୟାକେଟରେ ପଶିଥିବା ୨. ୫ କିଲୋ ଇଲିସି ଆଣି ପାଇଲଟଙ୍କୁ ଦେଇଥିଲେ।

 

ନିରାପତ୍ତା ଅଧିକାରୀଜଣକ ସେ ପ୍ୟାକେଟ୍ଟିକୁ ବିମାନରେ ନେବା ପାଇଁ ଅନୁମତି ଦେଲେ ନାହିଁ । ବାଂଲାଦେଶ ଇଲିସି ରପ୍ତାନୀ ଉପରେ ନିଷେଧାଦେଶ ଜାରି କରିଥିବାରୁ ସେ ପ୍ୟାକେଟକୁ ନେବା ଥିଲା ବେଆଇନ୍। ତେଣୁ ବିମାନ କର୍ତ୍ତୃପକ୍ଷ ଏହାକୁ ନେବା ପାଇଂ ଅନୁମତି ଦେଇ ନଥିଲେ ତେଣୁ ସେହି ପ୍ୟାକେଟକୁ ନେଇ ବିମାନ ଡେରିରେ ଉଡାଣ ଭରିଥିଲା । ବିମାନ ଅଧିକାରୀଙ୍କ ସୂଚନା ଅନୁସାରେ ଭାରତୀୟ ଆଇନ ଅନୁସାରେ ବିନା ଲାଇସେନ୍ସରେ କୈାଣସି ଜିନିଷ ବିଦେଶରୁ ରପ୍ତାନୀ ହୋଇ ପାରିବ ନାହିଁ । ତେଣୁ ଏଥିପାଇଂ ପ୍ୟାକେଟକୁ ବିମାନରେ ନେବା ପାଇଁ ଅନୁମତି ଦିଆଗଲା ନାହିଂ ।  ତେବେ ନିରାପତ୍ତା ଅଧିକାରୀ ଅଡ଼ି ବସିବାରୁ ପାଇଲଟ୍ ପ୍ୟାକେଟ୍ ନେଇ ପାରିଲେ ନାହିଁ। ତା’ପରେ ଏୟାରକାଫଟ୍ ରିଲିଜ୍ ସାର୍ଟିଫିପକେଟ୍ କାଉଣ୍ଟର୍ ସାଇନ୍ ନ କରାଇ ସେ ବିମାନର କବାଟ ବନ୍ଦ କରିବାକୁ ଆଦେଶ ଦେଲେ। ବିମାନ ଉଡ଼ାଣ ପୂର୍ବରୁ ଏହି କାଗଜରେ ଦସ୍ତଖତ କରାଯାଏ।

 

ସେତେବେଳେକୁ ନିର୍ଦ୍ଧାରିତ ସମୟ ଠାରୁ ବିମାନ ଉଡ଼ାଣରେ ୩୫ ମିନିଟ୍ ବିଳମ୍ବ ହୋଇ ସାରିଥିବାରୁ ଢାକା ଏୟାରପୋର୍ଟ କର୍ତ୍ତୃପକ୍ଷମାନେ ଅନୁସନ୍ଧାନ କରି ଏ କଥା ଜାଣିପାରିଥିଲେ। ବିମାନଟିକୁ ଅଟକାଇବାକୁ ଏଟିସିଙ୍କୁ କୁହାଯାଇଥିଲା। ପରିସ୍ଥିତିର ଗମ୍ଭୀରତା ଉପଲବଧି କରି ପାଇଲଟ୍ ପୁଣି ବିମାନ ଦ୍ୱାର ଖୋଲି କହିଥିଲେ କି, ଇଲିସି କିଂବା ସେ ଭଳି କୌଣସି ନିଷିଦ୍ଧ ଜିନିଷ ବିମାନରେ ନାହିଁ।  ଶେଷକୁ ବିମାନଟି ରାତି ସାଢ଼େ ଦଶଟା ବେଳେ ଉଡ଼ାଣ ଆରମ୍ଭ କରିଥିଲା।