ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀ ଅବତରଣ

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । କୋଲକାତାରୁ ଚେନ୍ନାଇ ଯାଉଥିବା ଏଆଇ-୭୬୫ ବିମାନ ଜରୁରୀ ଅବତରଣ କରିଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନଟି ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରରେ ଅଟକି ରହିଛି । ମରାମତି କାମ ଜାରି ରହିଛି । ବିମାନରେ ଥିବା ସମସ୍ତ ଯାତ୍ରୀ ବିମାନ ବନ୍ଦରରେ ଅଟକି ରହିଛନ୍ତି । ବିମାନରେ ମୋଟ ୧୬୮ ଯାତ୍ରୀ ଥିଲେ ।