ଏଣିକି ଶସ୍ତାରେ କରିପାରିବେ ବିମାନ ଯାତ୍ରା ! ଦୁନିଆର ସବୁଠାରୁ ଶସ୍ତା ଏୟାରଲାଇନ୍ସରେ ସାମିଲ ହେଲା ଭାରତର ଏହି ଦୁଇଟି ଏୟାରଲାଇନ୍ସ ।

39

ସମସ୍ତଙ୍କ ମନରେ ବିମାନ ଯାତ୍ରା କରିବା ପାଇଁ ଇଚ୍ଛା ରହିଥାଏ । ତେବେ ଯଦି ଆପଣ ବିମାନ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା କରିବାର ଯୋଜନା କରିପାରିବେ । ଏହି ଦୁଇଟି ଏୟାରଲାଇନ୍ସ ଦୁନିଆର ସବୁଠାରୁ ଶସ୍ତା ଏୟାରଲାଇନ୍ସ ସୂଚୀରେ ଯଥାକ୍ରମେ ଦ୍ୱିତୀୟ ଏବଂ ପଞ୍ଚମ ସ୍ଥାନରେ ସାମିଲ ହୋଇଛନ୍ତି । ମେଲବର୍ନ ସ୍ଥିତ ରୋମ୨ରିୟୋ ତରଫରୁ ଜାରି କରାଯାଇଥିବା ଗ୍ଲୋବାଲ ଫାଇଟ ରିପୋର୍ଟରୁ ଏହି କଥା ସାମ୍ନାକୁ ଆସିଛି ।

୨୦୦ରୁ ଅଧିକ ଏୟାରଲାଇନ୍ସର ଭଡା ଉପରେ ଅଧ୍ୟୟନ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ଏୟାରଲାଇନ୍ସ ଗୁଡିକର ପ୍ରତି କିଲୋମିଟର ବାବଦରେ ଭଡା ହିସାବ କରାଯାଇଛି । ଆଉ ଏହି ଆଧାରରେ ହିଁ ଏୟାରଲାଇନ୍ସ ଗୁଡିକୁ ର୍ୟାକିଙ୍ଗ ମିଳିଛି । ଯେଉଁଥିରେ ଭାରତର ଦୁଇଟି ଏୟାରଲାଇନ୍ସ ଟପ ୫ରେ ସାମିଲ ହୋଇଛନ୍ତି । ସେହିପରି ଦୁନିଆର ସବୁଠାରୁ ଶସ୍ତା ଏୟାରଲାଇନର ଆଖ୍ୟା ଏୟାର ଏସିଆ ଏକ୍ସକୁ ଦିଆଯାଇଛି । ଏୟାର ଇଣ୍ଡିଆ ସମୁଦ୍ରାଞ୍ଚଳ ଏବଂ ସିଙ୍ଗାପୁରକୁ ଯୋଗାଯୋଗ କରିଥାଏ ସେହିପରି ଇଣ୍ଡିଗୋ ବ୍ୟାଙ୍କକକ୍ ସେମତ କଲମ୍ବୋ ଏବଂ କାଠମାଣ୍ଡୁକୁ ଯୋଡିଥାଏ । ତେବେ ଶ୍ରେଷ୍ଠ ୫ଟି ଶସ୍ତା ଏୟାରଲାଇନ୍ସ ମଧ୍ୟରେ ୪ଟି ଏସିଆରୁ ଅଟେ । ଯେଉଁଠି ଏୟାର ଏସିଆ ଏକ୍ସ ପ୍ରଥମ ସ୍ଥାନରେ ଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଣ୍ଡିଗୋ ପଞ୍ଚମ ସ୍ଥାନରେ ରହିଛି ।