ବାୟୁସେନା କର୍ମଚାରୀରୁ ବ୍ୟାଙ୍କ ପିଅନ ! ଠକେଇର ଶିକାର ଏୟାର ଫୋର୍ସର ପୂର୍ବତନ କର୍ମଚାରୀ

21

କନକ ବ୍ୟୁରୋ : ବାୟୁସେନା କର୍ମଚାରୀରୁ ବ୍ୟାଙ୍କ ପିଅନ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜୀବନଯାକର ସଂଚିତ ପୁଞ୍ଜିକୁ ରିଅଲ ଇଷ୍ଟେଟରେ ବିନିଯୋଗ କରି ଠକେଇର ଶିକାର ହେବା ପରେ କିଛି ଏଭଳି ଦଶା ଭୋଗୁଛନ୍ତି ଇଣ୍ଡିଆନ ଏୟାର ଫୋର୍ସର ପୂର୍ବତନ କର୍ମଚାରୀ ସୁଧାଂଶୁ ଶେଖର ଦାସ ।

ଭୁବନେଶ୍ୱର ସାଇ ଏନକ୍ଳେଭ ରିଅଲ ଇଷ୍ଟେଟ, ତାଙ୍କ ଠାରୁ ଠକି ନେଇଛି ୧୦ଲକ୍ଷରୁ ଅଧିକ ଟଙ୍କା । ଆଉ ସବୁ କିଛି ହରାଇବା ପରେ ଏବେ ରାଜସ୍ଥାନର ଏକ ବ୍ୟାଙ୍କରେ ପିଅନ ଚାକିରି କରିବା ପାଇଁ ବାଧ୍ୟ ହୋଇଛନ୍ତି ସୁଧାଂଶୁ ।

ଦେଖନ୍ତୁ ଏହି ଭିଡିଓ –