ଶତ୍ରୁ ପକ୍ଷକୁ ଆଉ ଏକ ଝଟକା । ଭାରତୀୟ ବାୟୁସେନାରେ ସାମିଲ ହେଲା ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା । ବଢିଲା ବାୟୁସେନାର ଶକ୍ତି । 

ବିଧ୍ୱନ୍ସକାରୀ ଲଢୁଆ ବିମାନ ମିରାଜ୍-୨୦୦୦ରେ ଫିଟ କରାଯାଇଛି ଏହି ଲେଜର ଗାଇଡେଡ୍ ବୋମା ।

394

ଶତ୍ରୁ ପକ୍ଷକୁ ଲାଗିବ ଆଉ ଏକ ଝଟକା । ଇସ୍ରାଇଲ ଠାରୁ ଭାରତ ଆଣୁଛି ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା । ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା । 

ଭାରତୀୟ ବାୟୁସେନାର ବିଧ୍ୱନ୍ସକାରୀ ଲଢୁଆ ବିମାନ ମିରାଜ୍-୨୦୦୦ରେ ଫିଟ କରାଯାଇଛି ଏହି ଲେଜର ଗାଇଡେଡ୍ ବୋମା । ପୂର୍ବରୁ ମଧ୍ୟ ଏହି ବୋମାକୁ ବାଲାକୋଟ  ଆକ୍ରମଣରେ ବ୍ୟବହାର କରାଯାଇଥିଲା । ଏହି ଲେଜର ଗାଇଡେଡ୍ ବୋମାର ଶକ୍ତି ଏତେ ଅଧିକ ଯେ ଗୋଟିଏ ବଡ ବିଲ୍ଡିଂକୁ ଗୋଟିଏ ପ୍ରହାରରେ ଧୂଳିସାତ୍ କରିପାରିବ । ତେବେ ୩ଶହ କୋଟି ଟଙ୍କାର ହୋଇଥିବା ଚୁକ୍ତି ପୁରା ହେବା ପରେ ଇସ୍ରାଇଲ ଠାରୁ ବହୁ ରପରିମାଣରେ ଏହି ବୋମାକୁ କିଣାଯିବ । 

ପୂର୍ବରୁ ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଛି ଆପାଚେ ହେଲିକପ୍ଟର । ଆଗକୁ ଆସିବାକୁ ଯାଉଛି ରାଫେଲ୍ । ଆଉ ଏହାରି ମଧ୍ୟରେ ଭାରତୀୟ ବାୟୁ ସେନାକୁ ଆହୁରି ଶକ୍ତିଶାଳି କରିବାକୁ ଯାଉଛି ସ୍ପାଇସ-୨୦୦୦ ଲେଜର୍ ଗାଇଡେଡ୍ ବୋମା