ଦେଶୀ ଗାଈର ଗୋବରରେ ତିଆରି ହୋଇପାରିବ ଶୀତତାପନିୟନ୍ତ୍ରକ ଘର ! ସାଧାରଣରୁ ୭ ଗୁଣ କମ୍ ଖର୍ଚ୍ଚ, ଆପଣ ବି ଥରେ ଉପଯୋଗ କରନ୍ତୁ . .

34

ଆଜିକା ମହଙ୍ଗା ଯୁଗରେ ଘର ତିଆରି କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ । ଘର ଖଣ୍ଡିଏ କରିବା ପାଇଁ ସବୁ ଜମାପୁଞ୍ଜି ଖର୍ଚ୍ଚ ହୋଇଯାଏ । ବର୍ତ୍ତମାନ ସମୟରେ ସବୁ ଜିନିଷର ଦର ଯେପରି ବଢ଼ୁଛି, ସେଥିଲେ ନିଜ ପାଇଁ ଘର ଖଣ୍ଡିଏ କରିବା ମୁସ୍କିଲ । କିଛି ଏପରି ଲୋକ ଅଛନ୍ତି, ଯେଁଉମାନେ ଘର ଘଣ୍ଡିଏ କରିବେ ବୋଲି ସାରା ଜୀବନ ଆଶା ବାନ୍ଧି ବସିଥାଆନ୍ତି, କିନ୍ତୁ ଶେଷ ପର୍ଯ୍ୟନ୍ତ ତାଙ୍କ ଆଶା ପୂରଣ ହୋଇପାରେନି । ଏପରିସ୍ଥଳେ ଯଦି ଆପଣଙ୍କୁ କମ୍ ଖର୍ଚ୍ଚରେ ଏପରି ଘର ତିଆରି କରିପାରିବେ, ଯେଉଁଠି ଏସି ଲଗାଇବା ଦରକାର ନାହିଁ , ତେବେ ଆପଣ ଖୁସି ହେବେ ନିଶ୍ଚୟ । କିନ୍ତୁ ଏପରି ଘର ତିଆରି ଶିଖିବା ପାଇଁ ହରିୟାରଣାର ଶିବଦର୍ଶନ ମଲ୍ଲିକଙ୍କ ଠାରୁ ପରାମର୍ଶ ନେବା ଉଚିତ । ସେ ଦେଶୀ ଗାଈର ଗୋବରରେ ଏପରି ବୈଦିକ ପ୍ଲାଷ୍ଟର ତିଆରି କରିଛନ୍ତି , ଯାହା ଗାଁର ଘର ପରି ଅନୁଭବ ଦେବ ।

ଦିଲ୍ଲୀର ଦ୍ୱାରକାର ଛାବଲା ନିକଟରେ ରହୁଥିବା ଜଣେ ବ୍ୟକ୍ତି ଦୟା କିଶନ ଦେଢ଼ ବର୍ଷ ପୂର୍ବରୁ ଏହି ଗାଁରୁ ତିଆରି ପ୍ଲାଷ୍ଟରରେ ନିଜ ଘର ତିଆରି କରିଥିଲେ । ଆଉ ତାଙ୍କ କହିବା ଅନୁସାରେ ଏହି ପ୍ରକାର ଘର ତିଆରି କଲେ ଏସି ଲଗାଇବା ପାଇଁ ପଡ଼ିବ ନାହିଁ । ଯଦି ବାହାରର ତାପମାତ୍ରା ୪୦ ଡିଗ୍ରି ଥାଏ, ତେବେ ଏହି ଘର ଭିତରର ତାପମାତ୍ରା ୨୮-୩୧ ଡିଗ୍ରି ରହେ । ଏହାସହ ସୂଚନା ଅନୁସାରେ ଏହି ଘର ତିଆରି ପାଇଁ ସାଧାରଣ ଖର୍ଚ୍ଚ ଅନୁସାରେ ଖୁବ କମ୍ ଖର୍ଚ୍ଚ ହୁଏ । ଯାହା ସିମେଂଟ ଖର୍ଚ୍ଚର ୬ ରୁ୭ ଗୁଣା କମ୍ । ତାଙ୍କ କହିବା ଅନୁସାରେ ଏହି ଘରର ସୁବିଧା ଗଣେଇଲେ ବହୁତ କମ୍ ହେବ । ଏପରି ଘରେ ଗରମ ସମୟରେ ତଳେ ଯଦି ଚଲାବୁଲା କରିବେ ତେବେ ପାଦକୁ ଆରାମ ମିଳିବ ।

କିଶନଙ୍କ ପରି ଭାରତର ୩୦୦ରୁ ଅଧିକ ଲୋକ ଦେଶୀ ଗାଈର ଗୋବରରେ ତିଆରି ହେଉଥିବା ବୈଦିକ ପ୍ଲାଷ୍ଟର ଘର ତିଆରି କରିଛନ୍ତି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ ଘରେ ଉପରେ ମଧ୍ୟ ପଡ଼େ । ପୂର୍ବରୁ ମାଟିରେ ତିଆରି ହେଉଥିବା ମାଟି ଘର ଉଷ୍ମତାକୁ ରୋକିବାର ସକ୍ଷମ ହେଉଥିଲା । ମାଟି ଘର ଥଣ୍ଡା ଓ ଗରମ ସମୟରୁ ରକ୍ଷା କରୁଥିଲା । କିନ୍ତୁ ବତ୍ତର୍ମାନ ପରିବର୍ତ୍ତିତ ତାପମାତ୍ର ଯୋଗୁଁ ସେପରି ସମ୍ଭବ ହୋଇପାରୁ ନାହିଁ ।

୨୦୦୫ରେ ବୈଦିକ ପ୍ଲାଷ୍ଟର ତିଆରି ଆରମ୍ଭ କରିଥିବା ଶିବଦର୍ଶନଙ୍କ ଅନୁସାରେ ଆମକୁ ପ୍ରକୃତି ସହ ରହି ପ୍ରକୃତିର ରକ୍ଷା କରିବା ପାଇଁ ପଡ଼ିବ । ତାଙ୍କ କହିବା ଅନୁସାରେ ଯେବେଠାରୁ ଘରେ ଗୋବର ଲିପା ହେଉନାହିଁ ସେବେଠାରୁ ରୋଗ ବଢ଼ିବାରେ ଲାଗିଛି । ଦେଶୀ ଗାଈର ଗୋବରେ ଥିବା ଗୁଣ ଯୋଗୁଁ ତାହା ବାୟୁକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ । ଏଥିପାଇଁ ବୈଦିକ ପ୍ଲାଷ୍ଟରର ଦେଶୀ ଗାଈର ଗୋବର ବ୍ୟବହାର କରାଯାଏ ।