ଏଣିକି ଯେତେ ଉଚ୍ଚତାରୁ ପଡିଲେ ମଧ୍ୟ ଭାଙ୍ଗିବନି ମୋବାଇଲ ! ଫୋନକୁ ଭାଙ୍ଗିବାରୁ ବଞ୍ଚାଇବ ସ୍ମାର୍ଟ ଏୟାର ବ୍ୟାଗ କଭର ।

42

 ଆଜିକାଲି ବଜାରକୁ ବିଭିନ୍ନ କମ୍ପାନୀର ମୋବାଇଲ ଏବଂ ଫୋନ ସହ ଯୋଡି ହୋଇଥିବା ବିଭିନ୍ନ ସାମଗ୍ରୀ ଆସୁଛି । ସେଥି ମଧ୍ୟରୁ ଅନେକ ମୋବାଇଲ ଏପରି ରହିଛି ଯାହାର ଦାମ ୫୦ ହଜାର ଠାରୁ ଅଧିକ ହୋଇଥାଏ । ତେବେ ଦାମି ମୋବାଇଲ କିଣିବା ସହ ଲୋକମାନେ ଫୋନର ସୁରକ୍ଷା ପାଇଁ ବ୍ୟାକ୍ କଭରଟିଏ ମଧ୍ୟ କିଣିଥାନ୍ତି । କିନ୍ତୁ ବେଳେ ବେଳେ ମୋବାଇଲର ସୁରକ୍ଷା ପାଇଁ କିଣିଥିବା କଭର ମଧ୍ୟ ଫୋନକୁ ଭାଙ୍ଗିବାରୁ ବଞ୍ଚାଇପାରି ନଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଇଞ୍ଜିନିୟର ମାନେ ଏକ ସ୍ମାର୍ଟଫୋନ ଏୟାର ବ୍ୟାଗ ବାହାର କରିଛନ୍ତି । ଯାହା ମୋବାଇଲ ତଳେ ପଡିବା ମାତ୍ରେ ଏୟାର ବ୍ୟାଗକୁ ଖୋଲି ଫୋନକୁ ଭାଙ୍ଗିବାରୁ ବଞ୍ଚାଇ ପାରିବ ।

ଇଞ୍ଜିନିୟର ମାନେ ଫୋନର ସୁରକ୍ଷା ନିମନ୍ତେ ଏପରି ଏକ କଭର ଉଦ୍ଭାବନ କରିଛନ୍ତି ଯାହା ଏୟାର ବ୍ୟାଗ ଭଳି କାମ କରୁଛି । କଭରରେ ବୁଢିଆଣି ଗୋଡ ଭଳି ଚାରି ପାଶ୍ୱର୍ରେ ସୁରକ୍ଷା କବଚ ତିଆରି କରାଯାଇଛି । ଫୋନ ତଳେ ପଡିବା ମାତ୍ରେ ଏହି ସୁରକ୍ଷା କଭର ଫୋନରେ ପଡୁଥିବା ପ୍ରଭାବକୁ ସହ୍ୟ କରି ଫୋନକୁ ଭାଙ୍ଗିବାରେ ବଞ୍ଚାଉଛି ।

ସବୁଠାରୁ ବଡ କଥା ହେଉଛି, ଏହି ସ୍ମାର୍ଟ ଏୟାର ବ୍ୟାଗ କଭର ଦେଖିବାକୁ ଠିକ ବଜାରରେ ମିଳୁଥିବା ଅନ୍ୟ ସାଧାରଣ କଭର ଭଳି । କିନ୍ତୁ ଯେତେବେଳେ ଫୋନ ତଳେ ପଡିଥାଏ ସେତେବେଳେ ଏହି କଭରରେ ଲାଗିଥିବା ଅବ୍ଚର୍ବର ଚାରି ଦିଗରୁ ସୁରକ୍ଷା କବଚକୁ ଖୋଲି ଫୋନକୁ ଭାଙ୍ଗିବାରୁ ରୋକିଥାଏ ।