ବିମାନରେ ଯାତ୍ରା କରିବା ପାଇଁ ଇଚ୍ଛା ଅଛି କି? ମାତ୍ର ୯୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା । ଜାଣନ୍ତୁ କେଉଁ ବିମାନ ଦେଉଛି ଏପରି ଅଫର

ବିମାନରେ ଯାତ୍ରା କରିବା ପାଇଁ ଅନେକ ଲୋକଙ୍କ ମନରେ ଏକ ସ୍ୱପ୍ନ ରହିଥାଏ

136

କନକ ବ୍ୟୁରୋ : ବିମାନରେ ଯାତ୍ରା କରିବା ପାଇଁ ଅନେକ ଲୋକଙ୍କ ମନରେ ଏକ ସ୍ୱପ୍ନ ରହିଥାଏ । ତେବେ କେତେକ ଲୋକମାନଙ୍କ ପାଖରେ ଟଙ୍କାର ଅଭାବ କାରଣରୁ ସେମାନେ ବିମାନ ଯାତ୍ରା କରିପାରନ୍ତି ନାହିଁ । ମିଳିଥିବା ସୂଚନା ଅନୁସାରେ, ଏୟାର-ଏସିଆ ଘୋଷଣା ଏକ ସ୍ପେଶାଲ ଅଫର । ଯେଉଁ ଯୋଜନାରେ ଲୋକମାନେ ଭରପୁର ଉଠାଇ ପାରିବେ ଫାଇଦା । ଦେଶ ଭିତରେ ଯାତ୍ରୀମାନେ ମାତ୍ର ୩୯୯ ଟଙ୍କାରେ ଓ ବିଦେଶକୁ ମାତ୍ର ୧୯୯୯ ଟଙ୍କାରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି ।

 

ଏହାସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଯଦି କୌଣସି ଯାତ୍ରୀ ବିମାନ କମ୍ପାନୀ ଦେଇଥିବା ବମ୍ପର ଅଫରରେ ଯାତ୍ରା କରିବାପାଇଁ ଇଚ୍ଛା ରଖିଛନ୍ତି ତେବେ ସେମାନେ ଆସନ୍ତା ୧୮ ତାରିଖ ମଧ୍ୟରେ ନିଜର ଟିକେଟ ବୁକ କରିପାରିବେ ବୋଲି ସୂଚନା ମିଳିଛି । ଏହାସହ ଯେଉଁମାନେ ଟିକେଟ କରିଛନ୍ତି ସେମାନେ ମେ ୨୦୧୯ରୁ ଫେବୃଆରୀ ୪, ୨୦୨୦ ମଧ୍ୟରେ ବିମାନରେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଯଦି ଆପଣ ଦେଶ ମଧ୍ୟରେ ଯାତ୍ରା କରିବା ପାଇଁ ଇଚ୍ଛା ରଖିଛନ୍ତି ସେମାନେ ୨୧ ସ୍ଥାନକୁ ଯାତ୍ରା କରିପାରିବେ ବୋଲି ଜଣାପଡିଛି । ବାଗଦୋଗ୍ରା, ବେଙ୍ଗାଲୁରୁ, ଭୁବନେଶ୍ବର, ଗୋଆ, ଗୌହାଟୀ, ହାଇଦ୍ରାବାଦ, ଇମ୍ଫାଲ, ଇନ୍ଦୋର, ଜୟପୁର, କୋଚ୍ଚି, କୋଲକାତା, ନୂଆଦିଲ୍ଲୀ, ପୁନ୍ନେ, ରାଞ୍ଚି, ଶ୍ରୀନଗର, ଓ ବିଶାଖାପାଟଣା ।

 

ଏହାସହ ଯେଉଁମାନେ ବିଦେଶକୁ ଯାତ୍ରା କରିପାରିବେ ସେ ରୁଟ ଗୁଡିକ ମଧ୍ୟରେ ରହିଛି ଅକଲ୍ୟାଣ୍ଡ, ବାଳି, ବ୍ୟାଙ୍ଗକକ, କ୍ରାବୀ, କ୍ବାଲାଲାମପୁର, ମେଲବର୍ନ, ସିଙ୍ଗାପୁର, ସିଡନୀ । ଯଦି ଯାତ୍ରୀମାନେ ଏହି ବିମାନରେ ମିଳୁଥିବା ଅଫର ନେବା ପାଇଁ ଇଚ୍ଛା କରୁଛନ୍ତି ତେବେ ସେମାନେ ଜମାବି ବିଳମ୍ବ ନକରି ଏବେଠାରୁ ଟିକେଟ ବୁକିଂ କରିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି ।