୪ମାସ ପରେ ହଠାତ ସଚ୍ଚିବାଳୟରେ ପହଞ୍ଚିଲେ ଗୋଆ ମୁଖ୍ୟମନ୍ତ୍ରୀ ! ବୈଠକ ଡାକିଲେ, ରାଜ୍ୟ ସମ୍ପର୍କରେ ଅଫିସରଙ୍କ ସହ ଆଲୋଚନା ବି କଲେ

୪ମାସ ପରେ ହଠାତ ସଚ୍ଚିବାଳୟରେ ପହଞ୍ଚିରେ ଗୋଆ ମୁଖ୍ୟମନ୍ତ୍ରୀ

117

କନକ ବ୍ୟୁରୋ : ୨୦୧୮ ମସିହା ଫେବୃଆରୀ ମାସରୁ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତନ ଆସିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ହଠାତ ଗୋଆ ରାଜ୍ୟର ସଚ୍ଚିବାଳୟରେ ପହଞ୍ଚିଥିଲେ ପାରିକର । ପାରିକର ପାଖାପାଖି ୪ ମାସ ପରେ ସେ ସଚ୍ଚିବାଳୟ ଯାଇଥିବା ଜଣାପଡିଛି । ସକାଳ ୧୦.୪୫ରେ ପାରିକର ସଚ୍ଚିବାଳୟର ମୁଖ୍ୟ ଗେଟ ନିକଟରେ ପହଞ୍ଚିଥିଲେ । ଦୀର୍ଘଦିନ ପରେ ଅଫିସ ଯାଇଥିବାରୁ ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା । ବିଜେପିର ବିଧାୟକଙ୍କ ସହ ବାଚସ୍ପତି ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲେ ।

 

ଏହାପରେ ନିଜ ଚାମ୍ବରକୁ ଯିବା ସହ ରାଜ୍ୟରେ ଅଫିସରମାନେ କିପରି କାମ କରୁଛନ୍ତି ତାହା ଜାଣିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ଏକ ବୈଠକ ଡାକିଥିଲେ । ହଠାତ ନୂଆବର୍ଷରେ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିବା କାରଣରୁ ଅଫିସରମାନେ ଛାନିଁଆ ହୋଇଯାଇଥିଲେ । ତେବେ ମନହୋର ଆଗ୍ନାଶୟ ଜନିତ ରୋଗରେ ପୀଡ଼ିତ ମୁଖ୍ୟମନ୍ତ୍ରୀ ପାରିକର ଦୀର୍ଘ ଦିନ ଧରି କାର୍ଯ୍ୟାଳୟ ଆସିପାରି ନଥିଲେ। ପୂର୍ବରୁ ମଧ୍ୟ ସେ ଏର ବ୍ରିଜ ନିକଟରେ ପହଂଚିବା ସହ କାମ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ପାରିକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସୁଥିବାରୁ ସେ ଖୁବଶୀଘ୍ର ନିତିଦିନ ଅଫିସ ଆସିବେ ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପାରିକର ଯେଉଁ ସମୟରେ ଅଫିସ ଆସିଥିଲେ ସେହି ସମୟରେ ତାଙ୍କ ନାକରେ ଖାଦ୍ୟନଳୀ ଲାଗିଥିବା ଦେଖିବାକୁ ମିଳିଥିଲା ।