ହାୱାଡାରୁ ଭୁବନେଶ୍ୱର ଏମ୍ସର ଛାତ୍ର ନିଖୋଜ ! ଆଇବି ଓ ଏନଆଇଏ ଆଲର୍ଟ, କାଶ୍ମୀର ଲିଙ୍କ୍ ଥିବାରୁ ବଢୁଛି ସନ୍ଦେହ

17

କନକ ବ୍ୟୁରୋ : ଯେତେ ଦିନ ଗଡୁଛି, ସେତିକି ସନ୍ଦେହ ବଢୁଛି । ଭୁବନେଶ୍ୱର ଏମ୍ସରୁ କାଶ୍ମୀର ଛାତ୍ର ନିଖୋଜ୍ ଘଟଣାକୁ ନେଇ ରହସ୍ୟ ଘନିଭୂତ ହେବାରେ ଲାଗିଛି । ଭୁବନେଶ୍ୱରରୁ କୋଲକତା, ହେଲେ କୋଲକତାରୁ କୁଆଡେ ଗଲେ ସୋହେଲ ? ରହିଛି କି କିଛି ସନ୍ଦେହଜନକ ଲିଙ୍କ୍ ? ଏମିତି କିଛି ପ୍ରଶ୍ନକୁ ନେଇ ଏବେ ଏନଆଇଏ ଓ ଆଇବି ଖୋଳତାଡ଼କୁ ଜୋରଦାର କରିଛି ।

ଜନଗହଳିପୁର୍ଣ୍ଣ ଏହି ହାଓଡା ଷ୍ଟେସନରୁ ରହସ୍ୟ ଜନକ ଭାବେ ଗାଏବ ହୋଇଯାଇଥିଲେ ସୋହେଲ ଏଜାଜ୍ । ହାଓଡା ଷ୍ଟେସନର ସିସିଟିଭିକୁ ନେଇ ଚାଲିଛି ଛାନଭିନ୍ । ପ୍ଲାଟଫର୍ମର ସିସିଟିଭି ଫୁଟେଜରୁ ପୁଲିସକୁ ମିଳିଛି ଚାଂଚଲ୍ୟକର ତଥ୍ୟ । ମିଳିଥିବା ସୂଚନାନୁସାରେ, ସୋହେଲ ହାଓଡା ଷ୍ଟସନରୁ ଓହ୍ଲାଇବା ପରେ, ଜଣେ ଅଜଣା ବ୍ୟକ୍ତିଙ୍କ ସହ ଯାଇଛନ୍ତି । ବ୍ୟକ୍ତି ଜଣକ ସୋହେଲଙ୍କ ସହ ପ୍ଲାଟଫର୍ମରୁ ବାହାରକୁ ଯାଇଛନ୍ତି । ତେବେ ଷ୍ଟେସନରୁ ବାହାରକୁ ଯାଇଥିବା ସେହି ସଂଦିଗ୍ଧ ବ୍ୟକ୍ତି ସହରର ଭିତରେ ଅଛନ୍ତି ନା ବାହାରକୁ ଚାଲିଯାଇଛନ୍ତି ସେନେଇ ଓଡିଶା ପୁଲିସର ସ୍ୱତନ୍ତ୍ର ଟିମ୍ ସୋମବାର ପଶ୍ଚିମବଙ୍ଗ ଯାଇଛି ।

ଅନ୍ୟପଟେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି କଲେଜ କର୍ତୁପକ୍ଷ । ସୋହେଲ ୨ଟି ପରୀକ୍ଷାରେ ଖରାପ ମାର୍କ ରଖିଥିଲେ । ହେଲେ ପାଠପଢା ନେଇ ସୋହେଲଙ୍କୁ କଲେଜ ପକ୍ଷରୁ କୌଣସି ଚାପ ନଥିଲା । ପାଠପଢାର ଚାପ କାରଣରୁ ସେ କେବେବି ନିଖୋଜ ହୋଇ ନାହାଁନ୍ତି ବରଂ ଏହା ପଛରେ ଆଉ କିଛି ରହସ୍ୟ ଥାଇପାରେ ବୋଲି ଅନୁମାନ କରାଯାଉଛି ।

ପ୍ଲାଟଫର୍ମର ଫୁଟେଜ ଅନୁଯାୟୀ ସୋହେଲ ଜଣେ ଅଜଣା ବ୍ୟକ୍ତିଙ୍କ ସହ ବାହାରକୁ ଯାଇଥିଲେ । କିଏ ସେହି ସଂଦିଗ୍ଧ ବ୍ୟକ୍ତି ଜଣକ? ସୋହେଲଙ୍କ ସହ ତାଙ୍କର ସଂପର୍କ କଣ ? ହାଓଡା ପ୍ଲାଟଫର୍ମରୁ ମିଳିଥିବା ଫଟେଜ ସୋହେଲଙ୍କର ତ ? ଏମିତି ଅନେକ ଗୁଡିଏ ଅସମାହିତ ପ୍ରଶ୍ନକୁ ନେଇ ଛାନଭିନ ଚଳାଇଛି ପୁଲିସ ।