ଏମସରେ ଚାକିରୀ କରିବାର ସୁଯୋଗ । ୧୧୨୬ ପଦବୀ ରହିଛି ଖାଲି । ଶୀଘ୍ରକରନ୍ତୁ ଆବେଦନ
ଅଲ ଇଣ୍ଡିଆ ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ବା ଏମ୍ସରେ ଚାକିରୀ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ରହିଛି ଭରପୂର ସୁଯୋଗ । ଏମ୍ସରେ ଷ୍ଟାଫ ନର୍ସ ପଦ ପାଇଁ ଆଗ୍ରହୀ ପ୍ର୍ରାର୍ଥୀମାନେ ଆବେଦନ କରିପାରିବେ । ରିଶିକେଶ ଏମ୍ସରେ ଖାଲିଥିବା ପଦ ପାଇଁ ସିଧା ନିଯୁକ୍ତି କରାଯିବ ।ଏମସର ଅଫିସିଆଲ ସାଇଟକୁ ଯାଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ କରିବାର ପଦ ନାଁ ଷ୍ଟାଫ ନର୍ସ । ଏଥିରେ ୧୧୨୬ଟି ପଦବୀ ଖାଲି ରହିଛି । ଏହି ପଦ ପାଇଁ ଦରମା ହାର ହେଉଛି ୯୩୦୦-୩୪,୮୦୦ । ଗ୍ରେଡ ପେ ରହିଛି ୪୬୦୦ଟଙ୍କା
Kanak News is now on WhatsApp
Join and get latest news updates delivered to you via WhatsApp
ଯୋଗ୍ୟତା : ଯେକୌଣସି ସରକାରୀ ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ବିଏସସି ନର୍ସିଂ ପାସ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ବୟସ ୨୧ରୁ ୩୫ ବର୍ଷ ଭିତରେ ହୋଇଥିବା ଆବଶ୍ୟକ ।
ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷାରେ ପାସ ହେବା ପରେ ବୌଧିକ ଜ୍ଞାନ ଓ ଇଂଟରଭ୍ୟୁ ଦେବାକୁ ପଡିବ ।ଏଥିରେ ସାଧାରଣ ବର୍ଗ ଓ ଓବିସି ବର୍ଗର ପ୍ରାର୍ଥୀହ୍କ ପାଇଁ ଆବେଦନ ଫି ୩ହଜାର ଟଙ୍କା ହୋଇଥିବା ବେଳେ ଏସସି,ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଫି ୧ହଜାର ଟଂକା ରହିଛି ।
ଆବେଦନ କରିବା ପାଇଁ ଇଚ୍ଛୁକ ପ୍ର୍ରାର୍ଥୀମାନେ ଅଫିସିଆଲ ୱେବସାଇଟ www.aiimsrishikesh.edu.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ରହିଛି ୧୨ ମାର୍ଚ, ୨୦୧୮ ।
ସୌଜନ୍ୟ: ଆଜତକ