ରାଜ୍ୟ କଂଗ୍ରେସର ମୁଖିଆ ଚିନ୍ତା : କଂଗ୍ରେସ ଭବନରେ ଜିଲ୍ଲା ସଭାପତିଙ୍କ ସହ ଏଆଇସିସି ପର୍ଯ୍ୟବେକ୍ଷକଙ୍କ ମନ୍ଥନ

29

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର ମୁଖିଆ ଚିନ୍ତା । ପ୍ରସାଦ ହରିଚନ୍ଦନଙ୍କ ପାଇଁ ଅଗ୍ନିପରୀକ୍ଷା । କଂଗ୍ରେସ ଭବନରେ ଚାଲିଛି କସରତ ।  ପ୍ରତି ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରୁଛନ୍ତି ଏଆଇସିସି ପର୍ଯ୍ୟବେକ୍ଷକ । ସାଂସଦ ତାମ୍ରଧ୍ୱଜ ସାହୁ, ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ସିଂ, ସାଂସଦ ଗୌରବ ଗୋଗୋ. ରାଜ୍ୟ କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ ଓ ସହପ୍ରଭାରୀ ଶୁଭଙ୍କର ସରକାର ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରୁଛନ୍ତି ।

ଗତ ପଂଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ପରେ ପିସିସିର ନେତୃତ୍ୱ ପରିବର୍ତନ ଦାବି ଜୋର ଧରିଛି । ପିସିସି ସଭାପତି ହଟାଇବା ଜିଦରେ ଅଟଳ ଅଛନ୍ତି ବିଧାୟକମାନେ । ଏଭଳି ସ୍ଥିତିରେ ପର୍ଯ୍ୟବେକ୍ଷକଙ୍କ ଏହି ଗସ୍ତ ନିର୍ଣ୍ଣାୟକ ହେବା ଆଶା କରାଯାଉଛିା କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କହିଛନ୍ତି,  ବର୍ତମାନ ପିସିସି ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି ତା ଦ୍ୱାରା ଦଳ ଆଗକୁ ବଢିପାରିବ ନାହିଁ ।

ଏଥିପାଇଁ ଦଳର ଢାଂଚାରେ ପରିବର୍ତନ ହେବା ଦରକାର । ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରୁଛନ୍ତି । ଆସନ୍ତାକାଲି ବିଧାୟକମାନଙ୍କ ସହ ପର୍ଯ୍ୟାୟକ୍ରମେ ବୈଠକ କରି ରାଜ୍ୟ ସଂଗଠନ ଭିତରେ ସୃଷ୍ଟି ହୋଇଥିବା କନ୍ଦଳର ସମାଧାନ ବାଟ ଖୋଜିବେ ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ ।