ରାହୁଲଙ୍କ ୨୦୧୯ ନିର୍ବାଚନ ରଣନୀତି । ଏଆଇସିସିର ବିଭିନ୍ନ କମିଟି ଘୋଷଣା, ପ୍ରଚାର କମିଟିରେ ଓଡିଶାରୁ ଭକ୍ତ ଦାସଙ୍କୁ ସାମିଲ କଲେ ରାହୁଲ

34

କନକ ବ୍ୟୁରୋ: ୨୦୧୯ ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ କମିଟି ଘୋଷଣା କଲା ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) । ଏହି କମିଟି ଗୁଡିକ ହେଲା କୋର ଗ୍ରୁପ୍ କମିଟି, ଇସ୍ତାହାର କମିଟି ଏବଂ ପ୍ରଚାର କମଟି । ତେବେ ଏଆଇସିସି ୧୩ ଜଣିଆ ପ୍ରଚାର କମିଟିରେ ଓଡିଶାରୁ ସ୍ଥାନ ପାଇଛନ୍ତି ଭକ୍ତ ଚରଣ ଦାସ । ଆସନ୍ତା ଲୋକସଭା ନିର୍ବାଚନରେ କେଉଁଠି କେମିତି ପ୍ରଚାର କରାଯାଇ କଂଗ୍ରେସର ସ୍ଥିତି ମଜଭୁତ କରିବା ଏବଂ ବିରୋଧୀଙ୍କ ବିଫଳତାକୁ ଲୋକ ସମ୍ମୁଖକୁ ଆଣିବା ଏହି କମିଟିର ଦାୟିତ୍ୱ ରହିବ ।

ସେହିଭଳି ଏଆଇସିସିର ୯ ଜଣିଆ କୋର ଗ୍ରୁପ୍ କମିଟି ମଧ୍ୟ ଘୋଷଣା କରାଯାଇଛି । ଏହି କୋର କମିଟି ଆସନ୍ତା ୨୦୧୯ ଲୋକସଭା ନିର୍ବାଚନରେ ଦେଶର ସମସ୍ତ ସଂସଦୀୟ କ୍ଷେତ୍ରର କାର୍ଯ୍ୟଭାର ତୁଲାଇବେ । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ କେଉଁ ସ୍ଥିତିରେ ପରାଜୟ କରିଥିଲା ଏବଂ ଚଳିତ ନିର୍ବାଚନରେ କେଉଁ ରଣନୀତି ପ୍ରସ୍ତୁତି କରି ବିଜୟ ଲାଭ କରିବ ତାହା ଉପରେ ଏହି କୋର ଗ୍ରୁପ କମିଟି କାର୍ଯ୍ୟ ନିର୍ବାହ କରିବ ।

ଅନ୍ୟପଟେ ଏଆଇସିସିର ୧୯ ଜଣିଆ ଇସ୍ତାହାର କମିଟି ମଧ୍ୟ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିଷ୍ପତିକ୍ରମେ ଘୋଷଣା କରାଯାଇଛି । ଏହି କମିଟି ମୁଖ୍ୟତଃ ୨୦୧୯ ନିର୍ବାଚନରେ ଇସ୍ତାହାର ଦାୟିତ୍ୱ ତୁଲାଇବ । ତେବେ କଂଗ୍ରେସ ୨୦୧୯ ନିର୍ବାଚନ ପାଇଁ ଗୋଟିଏ ପରେ ଗୋଟିଏ ରଣନୀତି ପ୍ରସ୍ତୁତ କରୁୁଛି । ଅନେକ ସମୟରେ ଜାତୀୟ ଗଣମାଧ୍ୟରେ କଂଗ୍ରେସର ସ୍ଥିତି ଏବେ ଶାସକ ଦଳମାନଙ୍କୁ କ୍ଷତି ପହଁଚାଇବା ସହ ଅନେକ ରାଜ୍ୟରୁ କ୍ଷମତାଶୂନ୍ୟ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏତିକି ବେଳେ କଂଗ୍ରେସ ନୂଆ ନୂଆ ପଇଂନ୍ତରା ଆପଣାଇବାରେ ଲାଗିଛି ।