ରବର୍ଟ ଭଦ୍ରାଙ୍କୁ ଇଡି ଜେରା ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ରାହୁଲ: କହିଲେ, ସରକାର ଚାହିଁଲେ ଯେକୌଣସି ବ୍ୟକ୍ତି ବିରୋଧରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ

ପଚାରିଲେ ରାଫେଲ ପ୍ରସଙ୍ଗରେ ମୋଦି କାହିଁକି ଚୁପ୍

133

କନକ ବ୍ୟୁରୋ: ରବର୍ଟ ଭଦ୍ରାଙ୍କୁ ଇଡି ଜେରା ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରବର୍ଟ ଭଦ୍ରାଙ୍କୁ ଇଡିର ଜେରା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ରାହୁଲ କହିଛନ୍ତି ସରକାର ଚାହିଁଲେ ରବର୍ଟ ଭଦ୍ରାଙ୍କ ବିରୋଧରେ ଯାଂଚ କରନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।  ଏହା ସହିତ ପଚାରିଛନ୍ତି ରାଫେଲ ପ୍ରସଙ୍ଗରେ ମୋଦି କାହିଁକି ଚୁପ୍ ଅଛନ୍ତିି ।

କଂଗ୍ରେସର ମିଶନ ତାମିଲନାଡୁ । ଚେନ୍ନାଇରେ ପହଁଚିବାପରେ ରାହୁଲ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ।ରାହୁଲ କହିଛନ୍ତି କି ଦେଶରେ ଏବେ ବିଚାର ଧାରାର ଲଢେଇ ଚାଲିଛି । ଯେଉଁଥରେ ଗୋଟେ ବିଚାରଧାର ଦେଶକୁ ଏକାଠି ନେଇ ବଢିବା ଇଚ୍ଛା ରଖିଛି ଓ ଅନ୍ୟ ବିଚାରଧାର ସମାଜକୁ ଭାଙ୍ଗୁଛି  । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ମୋଦି ରାଲି କିମ୍ବା କାର୍ଯ୍ୟକ୍ରମରେ କୌଣସି ପ୍ରକାର ପ୍ରଶ୍ନର ଉତର ରଖନ୍ତି ନାହିଁ । ଦେଶବାସୀଙ୍କୁ ମୋଦି ପ୍ରଶ୍ନ ପଚାରିବା ପାଇଁ କମ ମୌକା ଦେଉନଥିବା କହିଛନ୍ତି ରାହୁଲ ।

 

ଆଜି ରାହୁଲ ଗାନ୍ଧୀ ନାଗରକୋଇଲରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ ।ପରେ କନ୍ୟାକୁମାରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ । ପରେ ଡିଏମକେ ନେତା ଏମକେ ଷ୍ଟାଲିନଙ୍କ ସହ ରାହୁଲଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କାର୍ଯ୍ୟକ୍ରମ ରହିଛି ।