ପୁଅ ହୋଇ ନିଖୋଜ ହେଲେ, ଝିଅ ହୋଇ ଫେରିଲେ ! ନୂତନ ରୂପ ଦେଖି ଡରିଗଲେ ପରିବାର ଲୋକ

193

ଗୁଜୁରାଟର ଅହମଦାବାଦରେ ଏକ ନିଖୋଜ ମାମଲା ଏବେ ସାମ୍ନାକୁ ଆସିଛି । ଯେଉଁଠି ଏକ ପରିବାରର ପୁଅ ନିଖୋଜ ହେଲାବେଳେ ପୁଅ ଥିଲା କିନ୍ତୁ ଫେରିଲେ ଝିଅ ହୋଇ । ଏପରିସ୍ଥଳେ ପରିବାର ଲୋକ ପୁଅକୁ ପାଇ ଖୁସିହେବ ନା ଦୁଃଖ ପ୍ରକାଶ କରିବେ ସେକଥା ଜାଣିପାରିଲେ ନାହିଁ ।

ଖବର ଅନୁସାରେ ଅହମଦାବାଦର ଏକ ପ୍ରସିଦ୍ଧ ସୁନାରୀ ପରିବାରର ପୁଅ ଶ୍ୟାମ ଏକ ସପ୍ତାହ ପୂର୍ବରୁ ନିଖୋଜ ହୋଇ ଯାଇଥିଲା । ଅହମଦାବାଦର ମାସବପୁରାରେ ଏହି ପରିବାର ଏକ ବଡ ସୁନା ଦୋକାନ ଅଛି । ସେଠାରୁୁ ଫେରିବା ସମୟରେ ହଠାତ ଶ୍ୟାମ ରାସ୍ତାରୁ ଗାୟବ ହୋଇଯାଇଥିଲେ ।

ଯେତେବେଳେ ପୋଲିସ ସୂଚନା ଦେଇଥିଲା ତାଙ୍କର ପୁଅର ଖବର ମିଳି ଯାଇଛି ,ଏକଥା ଶୁଣି ପରିବାର ଲୋକ ବେଶ୍ ଖୁସି ହୋଇ ଯାଇଥିଲେ । କିନ୍ତୁ ଯେତେବେଳ ଜାଣିବାକୁ ପାଇଲେ ତାଙ୍କ ପୁଅ ଆଉ ପୁଅ ହୋଇନାହିଁ ଏବେ ଝିଅ ହୋଇଯାଇଛି ସେତେବେଳେ ତାଙ୍କର ହୋସ ଉଡିଗଲା ।

ଜଣା ପଡିଲା ସେ ଲିଙ୍ଗପରିବର୍ତ୍ତନ ପାଇଁ ଶ୍ୟାମ ନିଜେ ଗାୟବ ହୋଇଯାଇଥଲା । ଏକଥା ଶୁଣିବା ପରଠାରୁ ଶ୍ୟାମର ମା’ବାପା ସାନ ଭଉଣୀକୁ ଶକ୍ତ ଧକ୍କା ଲାଗିଛି । କିଛି ବର୍ଷ ପୂର୍ବରୁ ଶ୍ୟାମ ଅନୁଭବ କରିଥିଲେ କି ସେ ଜଣେ ମହିଳା ଯିଏ ପୁରୁଷ ଶରୀରରେ ବାନ୍ଧି ହୋଇ ରହିଛି ।

ଏନେଇ ଶ୍ୟାମ ନିଜ ପରିବାର ଲୋକଙ୍କୁ ବହୁତ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ସେ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ପରିବାର ଲୋକଙ୍କ ଠାରୁ ଅନୁମତି ମଧ୍ୟ ମାଗିଥିଲେ । କିନ୍ତୁ ଘର ଲୋକ ଏକଥାରେ ରାଜି ହେଲେ ହୋଇ ନଥିଲେ । ଶେଷରେ ବାଧ୍ୟ ହୋଇ ଶ୍ୟାମ ଏପରି ପଦକ୍ଷେପ ନେଇଛନ୍ତି ବୋଲି ଜଣାପଡିଛି ।