ଡୋକଲାମରେ ଉତ୍ତେଜନା ସତ୍ୱେ କୂଟନୈତିକ ଦ୍ୱାର ଖୋଲା ! ବ୍ରିକ୍ସରେ ଚୀନ୍ ପ୍ରତିପକ୍ଷ ୟାଙ୍ଗ ଚି’ଙ୍କ ସହ ଅଜିତ ଡୋଭାଲଙ୍କ ହେବ ଆଲୋଚନା

36

କନକ ବ୍ୟରୋ: ଡୋକଲାମରେ ଉତ୍ତେଜନା ସତ୍ୱେ କୂଟନୈତିକ ଦ୍ୱାର ଖୋଲା । ବ୍ରିକ୍ସରେ ଉଭୟ ଦେଶ ମଧ୍ୟରେ ଆଲୋଚନାକୁ ବେଜିଂ ସ୍ୱାଗତ କରିଛି । ବ୍ରିକ୍ସ ସମ୍ମିଳନୀ ଅବସରରେ ଚୀନ୍ ପ୍ରତିପକ୍ଷ ୟାଙ୍ଗ ଚି’ଙ୍କ ସହ ଆଲୋଚନା କରିବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ପୂର୍ବରୁ କଥାବାର୍ତ୍ତା ନକରିବା ପାଇଁ ଜିଦ୍ରେ ଅଟଳ ରହୁଥିବା ଚୀନ୍ ଶେଷରେ ଏନଏସଏ ସ୍ତରୀୟ କଥାବାର୍ତ୍ତା ପାଇଁ ରାଜି ହୋଇଛି ।

ଡୋକଲାମରୁ ଭାରତ ସେନା ନ ହଟାଇଲେ କଥାବାର୍ତ୍ତା ହେବନି ବୋଲି ପୂର୍ବରୁ କହୁଥିବା ଚୀନ୍ ଏବେ ଉଭୟ ଦେଶର ଏନଏସଏଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ସବୁଜ ସଙ୍କେତ ଦେଇଛି । ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତା ୨୭ରୁ ବେଜିଂ ଯାତ୍ରା କରିବେ ଡୋଭାଲ । ବ୍ରିକ୍ସରେ ବ୍ରାଜିଲ, ଋଷ, ଭାରତ, ଚୀନ୍ ଓ ଦକ୍ଷିଣଆଫ୍ରିକା ସାମିଲ ହେବେ । ଉଭୟ ଦେଶର ଏନଏସଏଙ୍କ ମଧ୍ୟରେ ଆଲୋଚନା ସଫଳ ହେଲେ ସିକ୍କିମ ସୀମାରେ ଉତ୍ତେଜନା ହ୍ରାସ ହେବା ସମ୍ଭାବନା ରହିଛି ।