ଦ୍ୱିତୀୟ ପର୍ଯ୍ୟାୟ ଆହାର ଯୋଜନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

27

କଟକ ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆହାରର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୦୦ଟି ଆହାର କେନ୍ଦ୍ରର ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଆହାର ଯୋଜନା ଲୋକପ୍ରିୟତା ହୋଇଛି ।ପ୍ରତ୍ୟେକ ଜିଲ୍ଲାର ପ୍ରମୁଖ ସ୍ଥାନ ଗୁଡିକରେ ଆରମ୍ଭ କରାଯାଉଥିବା ଏହି ଶତାଧିକ ଆହାର କେନ୍ଦ୍ର ଦ୍ୱାରା ପ୍ରତିଦିନ ସହରକୁ ଆସୁଥିବା ୬୦ ହଜାର ଲୋକଙ୍କୁ ୫ ଟଙ୍କାରେ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମୁଖମନ୍ତ୍ରୀ କହିଛନ୍ତି । କଟକରେ ୪ଟି ଓ ଭୁବନେଶ୍ୱରରେ ୫ଟି ନୂଆ ଆହାର କେନ୍ଦ୍ର ଖୋଲିବ । ଗତବର୍ଷ ଏପ୍ରିଲ ୧ ତାରିଖରେ ଆହାର ଯୋଜନାର ପ୍ରଥମ ପର୍ଯ୍ୟାୟ ଆାରମ୍ଭ ହୋଇଥିଲା ।