ମନ୍ତ୍ରୀଙ୍କ ପାଦୁକା ସେବା

32

କୋରାପୁଟ : ମନ୍ତ୍ରୀଙ୍କ ପାଦୁକା ସେବା । କୋରାପୁଟ ମେଡିକାଲ ପରିସରରେ ଆହାର କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଲୋକଙ୍କ ଭିଡ ଭିତରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଜୋତା ପିନ୍ଧି ପାରୁନଥିବା ବେଳେ, ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗିଙ୍କ ପୁଅ ଅଶୋକ ପାଙ୍ଗି ମନ୍ତ୍ରୀଙ୍କ ଗୋଡକୁ ଧରି ଜୋତା ପିନ୍ଧାଇବାକୁ ଉଦ୍ୟତ ହେଉଛନ୍ତି । ଅବଶ୍ୟ ମନ୍ତ୍ରୀ ଏଥିରେ ବାଧା ଦେଇଛନ୍ତି । କିନ୍ତୁ କ୍ୟାମେରା ଆଖିରୁ ବର୍ତି ପାରିନି ଏହି ଦୃଶ୍ୟ । ତେବେ ଅଶୋକଙ୍କ ଏହି ପ୍ରୟାସ ରାଜନୈତିକ ମହଲରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ଚର୍ଚ୍ଚା ହେଉଛି ୨୦୧୪ ସାଧାରଣ ନିର୍ବାଚନରେ କୋଟପାଡ ଆସନରୁ ବିଜେଡି ଟିକେଟରେ ହାରିଥିବା ଅଶୋକ ପାଙ୍ଗିଙ୍କୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ କୌଣସି ପଦ ପଦବିରେ ଥଇଥାନ କରିବାକୁ ଲାଗିପଡିଛନ୍ତି ବାପା ତଥା ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗି । ସେହିପରି ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାରୁ ଅଶୋକଙ୍କୁ ପୁଣିଥରେ ଜିଲ୍ଲା ପରିଷଦ ଆସନରେ ବସାଇବା ପାଇଁ ଚାହୁଁଛନ୍ତି ଜୟରାମ । ଏଥିପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଶକ୍ତିମନ୍ତ୍ରୀଙ୍କ ପାଖେପାଖେ ଦେଖିବାକୁ ମିଳିଛି ଅଶୋକ ପାଙ୍ଗିଙ୍କୁ । ଏପରିକି ଅନେକ ସମୟରେ ମନ୍ତ୍ରୀ ପ୍ରଣବ ପ୍ରକାଶଙ୍କ ଜିଲ୍ଲା ଗସ୍ତବେଳେ ଅଶୋକଙ୍କୁ ତାଙ୍କ ପାଖେପାଖେ ଦେଖିବାକୁ ମିଳୁଛି । ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଯୁବ ବିଜେଡି ନେତା ଅଶୋକ ପାଙ୍ଗୀ ।  ବୟସ୍କଙ୍କ ପାଦ ଛୁଇଁବା ମୋର ସଂସ୍କାର  ବୋଲି ସେ କହିଛ