ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାର ଖୋଲିବ ଗୁମର । ମଧ୍ୟସ୍ଥି ମାଇକେଲ ଜେମ୍ସକୁ ସିବିଆଇର ଜେରା

ଅଗଷ୍ଟାୱେଷ୍ଟଲାଣ୍ଡ କମ୍ପାନୀ ସହ ହୋଇଥିଲା ଡିଲ୍

98

କନକ ବ୍ୟୁରୋ: ୩ ହଜାର ୬୦୦ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର କାରବାର ମାମଲାର ସିବିଆଇକୁ ମିଳିଛି ବଡ ସଫଳତା । ଏହି ମାମଲାର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଖ୍ରୀଷ୍ଟିୟାନ ମାଇକେଲ ଜେମ୍ସଙ୍କୁ ଦୁବାଇରୁ ଆଣି ଜେରା କରୁଛି ସିବିଆଇ । ସିବିଆଇ ହେଡକ୍ୱାର୍ଟରରେ ତାଙ୍କୁ ପଚରାଉଚରା କରାଯାଉଛି । ଅପରାହ୍ନରେ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯିବ । ଏବଂ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ସିବିଆଇ । ତାଙ୍କ ସହ ଭାରତର କେଉଁ ନେତା ଓ ଅଫିସର ସମ୍ପୃକ୍ତ ଥିଲେ ତାର ଖୋଳତାଡ କରିବ ସିବିଆଇ । ତେଣୁ ମାଇକେଲଙ୍କ ଜେରା ସମୟରେ ବହୁ ନେତା ଓ ଅଫିସରଙ୍କ ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି ।

ଭାରତ ସରକାରଙ୍କ ଅନୁରୋଧ କ୍ରମେ ଦୁବାଇ ସରକାର ମାଇକେଲଙ୍କୁ ପ୍ରତ୍ୟାର୍ପଣ କରିଛନ୍ତି । ୨୦୧୦ ମସିହାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଭିଭିଆଇପିଙ୍କ ଲାଗି ହେଲିକପ୍ଟର କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ମଧ୍ୟସ୍ଥି ସାଜିଥିଲେ ମାଇକେଲ । ଅନ୍ୟପଟେ ମାଇକେଲଙ୍କୁ ଭାରତ ଅଣାଯିବା ପରେ ମୋଦି ସରକାରଙ୍କୁ ମିଳିଯାଇଛି ଏକ ବଡ ଅସ୍ତ୍ର । ଦୀର୍ଘ ଦିନ ହେବ ରାଫେଲ ଡିଲ୍ ନେଇ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ରାହୁଲ ଗାନ୍ଧିଙ୍କ ବିରୋଧରେ ଏହାକୁ ବଡ ଅସ୍ତ୍ର କରିଛି ବିଜେପି । କାରଣ ଉପା ସରକାର ସମୟରେ ଏହି ଡିଲ୍ ହୋଇଥିଲା ।

ଅଗଷ୍ଟାୱେଷ୍ଟଲାଣ୍ଡ ଦୁନୀର୍ତି ମାମଲା କଣ?

() ୨୦୧୦ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଭିଭିଆଇପିଙ୍କ ହେଲିକପ୍ଟର କିଣିବାକୁ ନିଷ୍ପତି ନେଇଥିଲେ ଭାରତ ସରକାର ।

() ୧୨ଟି ହେଲିକପଟର କିଣିବା ପାଇଁ ଅଗଷ୍ଟା ୱେଷ୍ଟଲାଣ୍ଡ ହୋଇଥିଲା ଚୁକ୍ତି ।

() ଏହି ଚୁକ୍ତି ପାଇଁ ୩ଜଣ ମଧ୍ୟସ୍ଥକୁ ୪୨୩ କୋଟି ଟଙ୍କାର ଲାଂଚ ଦେଇଥିଲା କମ୍ପାନୀ ।

() କେବଳ ମାଇକେଲଙ୍କୁ ମିଳିଥିଲା ୨୨୫ କୋଟି ।

() ଏହି ଚୁକ୍ତି ଯୋଗୁଁ ଭାରତର ୨ହଜାର ୬୬୬ କୋଟି ଟଙ୍କା କ୍ଷତି ହୋଇଥିଲା ।

() ୨୦୧୩ରେ ସିବିଆଇ ଦାଖଲ କରିଥିଲା ଏଫଆଇଆର ।

() ବାୟୁସେନା ମୁଖ୍ୟ ଏସପି ତ୍ୟାଗୀଙ୍କ ସମେତ ୧୨ଜଣଙ୍କ ନାଁରେ ରହିଛି ମାମଲା