ଭିଜିଲାନ୍ସ ଜାଲରେ କୃଷି ବିଭାଗ ଅଧିକାରୀ : ଉମେଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ୩ଟି ଯାଗାରେ ରେଡ୍

42

ଭଦ୍ରକ : ଭିଜିଲାନ୍ସ ଜାଲରେ କୃଷି ବିଭାଗ ଅଧିକାରୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୃଷି ବିଭାଗ ପ୍ଲାଂଟ ପ୍ରୋଟେକ୍ସନ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବର୍ହିଭୂତ ଠୁଳ ଅଭିଯୋଗରେ ଉମେଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରାଯାଇଛି । ଭିଜିଲାନ୍ସ ଡିଏସପି ବନମାଳି ଧଳଙ୍କ ନେତୃତ୍ୱରେ ଧାମନଗର କୃଷି କାର୍ଯ୍ୟାଳୟ, ଚରମ୍ପା ସ୍ଥିତ ଘର ଏବଂ ମଇତାପୁର ପୈତୃକ ବାସଭବନରେ ଚଢାଉ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୨ କୋଟି ମୂଲ୍ୟର ୨ଟି କୋଠ ସହ ବିପୁଳ ପରିମାଣର ସମ୍ପତି ଠାବ କରିଛି ଭିଜିଲାନ୍ସ । ତେବେ ୨ ଦିନ ହେବ ଧାମନଗର କୃଷି ପ୍ଲାଂଟ ପ୍ରୋଟେକ୍ସନ ଅଫିସର ଉମେଶଙ୍କର ଅନ୍ୟତ୍ର ବଦଳି ହୋଇଥିବା ଜଣାପଡିଛି ।