କୀଟନାଶକ ପୋକ ଯୋଗୁଁ ଫସଲ ହାନିକୁ ପ୍ରାକୃତିକ ବିପତ୍ତି ଭାବେ କରାଯିବ ବିବେଚନା : ରିଲିଫ୍ କୋର୍ଡ ଅନୁସାରେ ମିଳିବ ସହାୟତା

46

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ଘାରିଛି ଫସଲରେ ଲାଗିଥିବା ରୋଗ ଓ ପୋକ ସମସ୍ୟା ଚିନ୍ତା । ଏ ନେଇ ସଚିବାଳୟରେ ଉନ୍ନୟନ କମିଶନର ସମୀକ୍ଷା ବୈଠକ କରିଛନ୍ତି । ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସି କରାଯାଇଛି । ବୈଠକ ପରେ କୁହାଯାଇଛି ରୋଗପୋକ ଲାଗି ଧାନ ନଷ୍ଟ ହେଲେ ଏହାକୁ ପ୍ରାକୃତିକ ବିପତ୍ତିି ଭାବେ ବିବେଚନା କରାଯିବ । ଆଉ ରିଲିଫ କୋଡ ଅନୁସାରେ ସହାୟତା ରାଶି ମିଳିବ ।

ରାଜସ୍ୱ ଓ କୃଷି ବିଭାଗର କର୍ମଚାରୀଙ୍କ ଦ୍ୱାରା ଯୁଗ୍ମ ପରିଦର୍ଶନ କରାଯାଇ କ୍ଷତିଗ୍ରସ୍ତ ଅଂଚଳର ସଠିକ ଆକଳନ ପାଇଁ ପରାମର୍ଶ ଦିଆଯାଇଛି । ଏହି ରିପୋର୍ଟ ଆସିଲା ପରେ କ୍ଷତିପୂରଣ ଦିଆଯିବ । ରୋଗପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ସଚେତନ କରାଯିବ । ପ୍ରତି କୀଟନାଶକ ବିକ୍ରୟ କେନ୍ଦ୍ରରୁ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରବି କୃଷି ଋଣ ଶୀଘ୍ର ଚାଷୀମାନଙ୍କୁ ଯୋଗାଇଦିଆଯିବ ।

ଅଚଳ ଉଠାଜେଳସଚନ ପଏଣ୍ଟକୁ ଶୀଘ୍ର କାର୍ଯ୍ୟକ୍ରମ କରାଯିବ ସହ ରବି କୃଷି ଋଣ ଶୀଘ୍ର ଚାଷୀମାନଙ୍କୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛିା ସେହିଭଳି ଆଜି ସନ୍ଧ୍ୟାସୁଦ୍ଧା ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହେବ । ସେହିଭଳି ସବୁ ଖୁଚୁରା କୀଟନାଶକ ଦୋକାନରେ ସଠିକ କୀଟନାଶକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।