ଆଉ ହଇରାଣ ହେବେନି ଚାଷୀ ! ଭଡ଼ାରେ ମିଳିବ ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଉପକରଣ

146

କନକ ବ୍ୟୁରୋ : ଚାଷୀମାନେ ଭଡ଼ାରେ ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଉପକରଣ ଆଣିପାରିବେ । ଚାଷୀମାନଙ୍କୁ ଏହି ସୁବିଧା ଯୋଗାଇ ଦେବ ଟ୍ରାକ୍ଟର ନିର୍ମାତା ଟାଫେ । କଂପାନି ଏନେଇ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ବିଭାଗ ସହିତ ହାତ ମିଳାଇଛି। ଜେଫାର୍ମ ସଭିର୍ସେସ୍‌ ନାମରେ ଟା‌ଫେ ପକ୍ଷରୁ ଏକ ବ୍ୟବସ୍ଥା ବିକଶିତ କରାଯାଇଛି । ଚାଷୀମାନେ ୧୮୦୦-୪-୨୦୦-୧୦୦ ଓ ୧୮୦୦-୨୦୮-୪୨୪୨କୁ କଲ୍‌ କରି କିମ୍ବା ମୋବାଇଲ୍‌ ଆପ୍‌ ଜରିଆରେ ଟ୍ରାକ୍ଟର୍‌ କିମ୍ବା ଅନ୍ୟାନ୍ୟ ଉପକରଣ ଭଡ଼ାରେ ଆଣିବା ପାଇଁ ବରାଦ ଦେଇପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ସେବାକୁ ଉନ୍ମୋଚନ କରାଯାଇଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ବିହାରରେ ଏହି ସେବା ଆରମ୍ଭ କରିବା ଓଡ଼ିଶାରେ ଏହି ସେବାକୁ ଆରମ୍ଭ କରାଯାଇଛି ବୋଲି ଟାଫେର ସଭାପତି ଓ ସିଓଓ ଟି ଆର୍‌ କେଶବନ୍ କହିଛନ୍ତି । ଏହି ସେବା ଦ୍ବାରା ଓଡ଼ିଶାର ଚାଷୀ ଓ ଟ୍ରାକ୍ଟର ମାଲିକମାନେ ବିଶେଷ ଉପକୃତ ହେବେ ବୋଲି ସେ କହିଛନ୍ତି । ଟାଫେ ଏହାର ସିଏସ୍‌ଆର୍‌ ପ୍ରକଳ୍ପ ଭାବେ ଏହି ସେବା ଆରମ୍ଭ କରିଛି ।