ଆଶାଥିଲା ଭଗତ ସିଂଙ୍କ ପରି ଦେଶପାଇଁ କିଛି କରିବାର, ହେଲେ ଭାଙ୍ଗିଗଲା ସେନାରେ ଭର୍ତ୍ତି ହେବାର ସ୍ୱପ୍ନ, ଫେସବୁକରେ କଲେ ଲାଇଭ ସୁଇସାଇଡ ।

32

ଭାରତୀୟ ସେନାରେ ଭର୍ତ୍ତି ହେବାପାଇଁ ୫ଥର ପରୀକ୍ଷା ଦେଇଥିଲେ ମଧ୍ୟ ସ୍ୱପ୍ନ ସାକାର ହେଲାନାହିଁ । ସ୍ୱପ୍ନ ଭାଙ୍ଗିବା ଯୋଗୁଁ ଶେଷରେ ଫେସବୁକରେ ଲାଇଭ ସୁଇସାଇଡ କେଲେ ଆଗ୍ରାର ୨୪ ବର୍ଷୀୟ ଯୁବକ ମୁନ୍ନା କୁମାର । ୧ ମିନିଟ ୯ ସେକେଣ୍ଡର ଏହି ସୁଇସାଇଡ ଭିଡିଓକୁ ପାଖାପାଖି ୩ ହଜାର ଲୋକ ଦେଖିଥିଲେ ମଧ୍ୟ କେହି ସ୍ଥାନୀୟ ପୋଲିସକୁ ସୁଚିତ କରିଲେ ନାହିଁ । ଏପରିକି  ତାଙ୍କ ପରିବାରଲୋକକୁ ବି ଜଣାଇଲେ ନାହିଁ ।

ସୁଚନା ମତାବକ ନୂଆ ଆଗ୍ରା ଶାନ୍ତି ନଗର ଅଞ୍ଚଳର ମୁନ୍ନା କୁମାର ବିଏସସି ଗ୍ରାଜୁଏଟ ହୋଇଥିଲେ ମଧ୍ୟ ଭାରତୀୟ ସେନାରେ ଭର୍ତ୍ତି ହେବାପାଇଁ ତାଙ୍କର ସ୍ୱପ୍ନ ଥିଲା । ହେଲେ ୫ ଥର ସେନା ଏଣ୍ଟ୍ରାସ ପରୀକ୍ଷାରେ ବିଫଳ ହେବା ପରେ ଏଭଳି ଚରମ ନିଷ୍ପିତ ନେଇଥିବା ସେ ଲାଇଭ ଭିଡିଓରେ କହିଥିଲେ । ଏପରିକି ୬ ପୃଷ୍ଠା ସମ୍ବଳିତ ସୁଇସାଇଡ ନୋଟରେ ଏହି ଘଟଣାକୁ ଲେଖିଛନ୍ତି ମୃତ ମୁନ୍ନା କୁମାର ।

ମୃତ ମୁନ୍ନା କୁମାରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଠାରୁ ଅନୁପ୍ରାଣିତ ହୋଇ ଭାରତୀୟ ସେନାରେ ଭର୍ତ୍ତି ହେବାପାଇଁ ସଂକଳ୍ପ କରିଥିଲା ତାଙ୍କ ପୁଅ । ଆତ୍ମହତ୍ୟା କରିବା ପୂର୍ବରୁ ସେ ଆମ ସହିତ ରାତ୍ରି ଭୋଜନ ମଧ୍ୟ କରିଥିଲା । ପରିବାର ଲୋକଙ୍କ ସହିତ ଭଲ ଆଚରଣ କରୁଥିବା ମୁନ୍ନ ଏଭଳି ପଦକ୍ଷେପ ନେବ ବୋଲି କେହି ବିଶ୍ୱାସ କରିପାରୁ ନାହାଁନ୍ତି । ହେଲେ ଭଗତ ସିଂଙ୍କ ପରି ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ ଏହି ୨୪ ବର୍ଷୀୟ ଯୁବକ । ଯାହାକୁ ନେଇ ପରିବାର ଲୋକଙ୍କ ସହିତ ଦେଶବାସୀଙ୍କୁ ମ୍ରୀୟମାଣ କରିଦେଇଛି ।