ଚାନ୍ଦିପୁର ଘାଟିରୁ ଅଗ୍ନି-୩ କ୍ଷେପଣାସ୍ତ୍ର ଉତକ୍ଷେପଣ :୪ନମ୍ବର ଲଂଚ ପ୍ୟାଡରୁ ଛଡାଗଲା ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ

33

କନକ ବ୍ୟୁରୋ : ଅଗ୍ନି-୩ କ୍ଷେପଣାସ୍ତ୍ର ଉତକ୍ଷେପଣ । ଆଜି ଧାମରା ଅବଦୁଲ କଲାମ୍ ଦ୍ୱୀପରୁ କ୍ଷେପଣାସ୍ତ୍ର ଅଗ୍ନି-୩ର ପରୀକ୍ଷଣ କରାଯାଇଛି । ଭାରତୀୟ ସମୟ ୯ଟା ୧୦ ମିନିଟରେ ଏହି ମିସାଇଲର ଉତକ୍ଷେପଣ କରାଯାଇଛି । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଅଗ୍ନି-୩ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୩ ହଜାର କିଲୋମିଟର ।

ଦେଢ ଟନ୍ ଓଜନର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରର ଓଜନ ୪୮ ଟନ୍ । ଅଗ୍ନି-୩ ର ଲମ୍ବ ୧୭ ମିଟର ଓ ଗୋଲେଇ ୨ ମିଟର । ୨୦୧୧ ଜୁନ୍ ମାସରେ ଭାରତୀୟ ସେନାରେ ସାମିଲ ହୋଇଥିଲା ଅଗ୍ନି-୩ କ୍ଷେପଣାସ୍ତ୍ର ।