ପାକିସ୍ତାନକୁ ଘାଇଲା କରିଛି ଭାରତୀୟ ମିଜାଇଲ୍

51

କନକ ବ୍ୟୁରୋ : ପାକିସ୍ତାନକୁ ଘାଇଲା କରିଛି ଭାରତୀୟ ମିଜାଇଲ୍ । ଅଗ୍ନିର ଚାପରେ ଯେମିତି ଅସହ୍ୟ ହୋଇପଡ଼ିଛି ପାକିସ୍ତାନ । ଅଗ୍ନି-୪ର ସଫଳ ଅନ୍ତିମ ପରୀକ୍ଷଣ ଏବଂ ଅଗ୍ନି-୫ର ପରୀକ୍ଷଣ ଦେଖି, ଶାନ୍ତିର ଭଜନ ଗାଇବା ଆରମ୍ଭ କରିଦେଇଛି । ଭାରତ କରୁଥିବା ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଆଂଳଚିକ ଶାନ୍ତି ଏବଂ ସ୍ଥିରତାକୁ ପ୍ରଭାବିତ କରିବ ବୋଲି ଦାବି କରୁଛି ପାକିସ୍ତାନ । ଅନ୍ୟପଟେ ଭିଏତନାମକୁ କ୍ଷେପଣାସ୍ତ୍ର ଆକାଶର ବିକ୍ରି ଉପରେ ଆପତି ଉଠାଇଛି ଚୀନ ।

ଗୋଟିଏ ପରେ ଗୋଟିଏ ମିଜାଇଲ ପରୀକ୍ଷଣ କରି ଭାରତ ନିଜ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଭାରତର ଏହି ମିଜାଇଲ ପ୍ରୋଗ୍ରାମ, ଶତ୍ରୁ ରାଷ୍ଟ୍ରଙ୍କୁ ବିଚଳିତ କରିଦେଇଛି । ଅଗ୍ନି-୪ର ସଫଳ ପରୀକ୍ଷଣ ଏବଂ ଅଗ୍ନି-୫ର ପରୀକ୍ଷଣ ପାକିସ୍ତାନର ମୁଣ୍ଡବ୍ୟଥାକୁ ବଢ଼ାଇଦେଇଛି । ଆଉ ଭାରତର ଏହି ବର୍ଦ୍ଧିତ ଶକ୍ତି ଦେଖି ବିବ୍ରତ ହୋଇ, କେଁ ପୁରାଇଛି ପାକିସ୍ତାନ ।

ନିକଟରେ ଅଗ୍ନି-୪ର ବ୍ୟବହାରୀକ ପରୀକ୍ଷଣ ସଫଳ ହୋଇଛି । ଯାହାର ଲକ୍ଷ୍ୟଭେଦି କ୍ଷମତା ରହିଛି ୪ହଜାର କିଲୋମିଟର । ଠିକ୍ ସେହିପରି ପରୀକ୍ଷଣ ହୋଇଥିବା ଅଗ୍ନି-୫ର ଲକ୍ଷ୍ୟଭେଦି କ୍ଷମତା ରହିଛି ୫ହଜାର କିଲୋମିଟର । ଯାହା ଦକ୍ଷିଣ ଚୀନର ଯେକୌଣସି ଅଂଶ ତଥା ୟୁରୋପ ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ ଭାରତ ।