ଚୀନ୍ ଓ ପାକିସ୍ତାନ ପାଇଁ ସର୍ତକ ଘଣ୍ଟି ! ରାତିରେ ହେବ ଅଗ୍ନି-୫ର ପରୀକ୍ଷଣ, ରଚିବ ନୂଆ ମାଇଲଷ୍ଟୋନ 

262

କନକ ବ୍ୟୁରୋ : ଓଡ଼ିଶା ଉପକୂଳବର୍ତ୍ତୀ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରାସ୍ଥିତ କଲାମ ଦ୍ବୀପରୁ ଆଜି ନିର୍ଦ୍ଧାରିତ ସମୟରେ ଭାରତର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ହେବ ସୂଚନା ମିଳିଛି। ଏଥିପାଇଁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମୁଦ୍ର ମଧ୍ୟକୁ  ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଏହି ପରୀକ୍ଷଣ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିବ। ଏହି ମିଜାଇଲ ୫ହଜାର କିଲୋମିଟରରୁ ଆରମ୍ଭ ହୋଇ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଗତି କରିପାରେ। ଏହା ଷ୍ଟ୍ରାଟେଜିକ ଫୋର୍ସ କମାଣ୍ତ ଓ ଭାରତୀୟ ପ୍ରତିରକ୍ଷା ଗବେଷଣା ସ˚ସ୍ଥା ମିଳିତ ସହଯୋଗରେ କଲାମ ଦ୍ବୀପରେ ପୂର୍ବରୁ ୩ ଥର ସଫଳ ପରୀକ୍ଷଣ ହୋଇସାରିଛି।  ପୂର୍ବରୁ ରାତିରେ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଥିବା ବେଳେ ଅଗ୍ନି-୪ର ପରୀକ୍ଷଣ ବିଫଳ ହୋଇଥିଲା ।ତେଣୁ ଆଜି ରାତିରେ ହେବାକୁ ଥିବା ଅଗ୍ନି-୫ର ପରୀକ୍ଷଣ ଯଦି ସଫଳ ହୁଲ ତେବେ ଏହା ଭାରତୀୟ ସେନା ପାଇଁ ନୂଆ ମାଇଲଷ୍ଟୋନ ସୃଷ୍ଟି କରିବ । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଚୀନ୍ ଓ ପାକିସ୍ତାନର ଚିନ୍ତା ଅଧିକ ବଢିଯିବ । କାରଣ ଅଗ୍ନି-୫ର ରାଡାରରେ ଚୀନର ଅଧିକାଂଶ ଅଞ୍ଚଳ ଆସୁଛି ।

୫୦ ଟନ୍ ଓଜନ, ୧୭ ମିଟର ଲମ୍ବ ଓ ୨ମିଟର ଗୋଲେଇ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ୩ ଥାକିଆ ଇଞ୍ଜିନ୍ କଠିନ ଇନ୍ଧନରେ ପରିଚାଳିତ ହୋଇଥାଏ। ସେକେଣ୍ତ ପିଛା ୪.୨ କି.ମି. ନିର୍ଦ୍ଧାରିତ ୨୦ ମିନିଟରେ ୫ହଜାର କିମିକୁ ଅତିକ୍ରମ କରିପାରିବାର କ୍ଷମତା ରହିଛି। ୨୦୧୨ରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା। ନାଭିଗେସନ ସିଷ୍ଟମ ଓ ଗ୍ଲୋବାଲ ପୋଜିସନି˚ ସିଷ୍ଟମରେ ଦେଶର ୩ଟି ରାଡ଼ାର ଏହାର ଗତିବିଧି ଉପରେ ନିରୀକ୍ଷଣ କରିବ।