ଚିହିଁକି ଉଠିବ ଚୀନ ! ଭାରତ ୬ଷ୍ଠ ଥର ପାଇଁ କଲା ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ

21

କନକ ବ୍ୟୁରୋ : ଅଗ୍ନି-୫ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ । ଆଜି ଭାରତର ସବୁଠାରୁ ଶକ୍ତିଶାଳୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ହୋଇଛି । ଭଦ୍ରକ ଜିଲ୍ଲା ଧାମରାସ୍ଥିତ ହ୍ୱିଲର ଦ୍ୱିପରୁ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି । ସକାଳ ୯ଟା ୪୯ ମିନିଟ୍ରେ ହ୍ୱିଲର ଦ୍ୱିପ ୪ ନମ୍ବର ଲଂଚ୍ ପ୍ୟାଡରୁ ଉତକ୍ଷେପଣ ହୋଇଛି ଅଗ୍ନି-୫ ମିସାଇଲ୍ । ପୂର୍ବରୁ ୫ ଥର ଯାକ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଥିବା ବେଳେ ଆଜି ଏହାର ଷଷ୍ଠ ପରୀକ୍ଷଣ କରାଯାଇଛି ।

ଅଗ୍ନି-୫ ର ଲକ୍ଷ୍ୟଭେଦୀ କ୍ଷମତା ୫ ହଜାରରୁ ୮ ହଜାର କିଲୋମିଟର । ଏହି କ୍ଷେପଣାସ୍ତ୍ର ପରୀକ୍ଷା ପରେ ଭାରତ ତାର ଅନ୍ୟତମ ପାରମ୍ପରିକ ଶତ୍ରୁ ଚୀନ୍ ପ୍ରତି ବିପଦ ସୃଷ୍ଟି କରି ପାରିଛି । ଖାସକରି ଅଗ୍ନି-୫ର ସଫଳ ପରୀକ୍ଷଣ ପରେ ଚିହିିଁକି ଉଠିଥିଲା ଚୀନ । ଅନ୍ତର୍ମହାଦେଶୀୟ ବାଲାଷ୍ଟିକ ମିସାଇଲ୍ ଡଙ୍ଗପେଙ୍ଗ-୫-ଏ ର ଜବାବ ଦେବାକୁ ଅଗ୍ନି-୫ ସକ୍ଷମ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।